fbpx

ଚୀନକୁ ଭାଇ କହୁଥିଲା ଶ୍ରୀଲଙ୍କା, ଏବେ ଋଣ ଜାଲରେ ହେଉଛି ଛଟପଟ: ସାହାଯ୍ୟ ପାଇଁ ଭାରତ ଆଗରେ ନେହୁରା ହେଲା ସିଂହଳି

ନୂଆଦିଲ୍ଲୀ: ଶ୍ରୀଲଙ୍କାର ସ୍ଥିତି ବହୁତ ଖରାପ ଆଡ଼କୁ ଗତି କରୁଛି । ପରିସ୍ଥିତି ଏପରି ହୋଇଛି ଯେ ଋଣ ଅର୍ଥକୁ ଶ୍ରୀଲଙ୍କା ଫେରାଇବାକୁ ସମର୍ଥ ହେବ ନାହିଁ । ତେଣୁ ବାଧ୍ୟ ହୋଇ ଶ୍ରୀଲଙ୍କା ଭାରତର ଶରଣାପନ୍ନ ହୋଇଛି । ଏସିଆଠାରୁ ଆରମ୍ଭ କରି ଆଫ୍ରିକା ପର୍ଯ୍ୟନ୍ତ ଅନେକ ଦେଶ ଚୀନର ଋଣ ଜାଲରେ ଏବେ ବି ଛଟପଟ ହେଉଛନ୍ତି । ତେବେ ମୁଖ୍ୟ କଥା ହେଉଛି, ଅନେକ କ୍ଷୁଦ୍ର ତଥା ଗରିବ ଦେଶ ଆଜି ବି ଡ୍ରାଗନର ଏହି ସୁଚତୁର ମାୟାଜାଲକୁ ବୁଝିବାରେ ଅସମର୍ଥ ହେଉଛନ୍ତି । ଯାହାର ପରିଣାମ ସେମାନଙ୍କୁ ପରବର୍ତ୍ତୀ ସମୟରେ ବହୁଳ ଭାବେ ଭୋଗିବାକୁ ପଡ଼ୁଛି ।

ତେବେ ଏଭଳି ସ୍ଥିତିରେ ଶ୍ରୀଲଙ୍କାର ବିଦେଶୀ ମୁଦ୍ରା ଭଣ୍ଡାର ଏକପ୍ରକାର ଖାଲି ହୋଇଯାଇଛି । ଯାହାଫଳରେ ଦେଶରେ ଇନ୍ଧନକୁ ନେଇ ମୁସ୍କିଲ ବଢ଼ିଯାଇଛି । ତେବେ ଇନ୍ଧନ ଓ ଉର୍ଜା ସଙ୍କଟରୁ ରକ୍ଷା ପାଇଁ ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ଇଣ୍ଡିଆନ ଅଏଲ କର୍ପୋରେସନ ସହିତ ଆଲୋଚନା କରିବେ ବୋଲି କହିଥିଲେ । ବର୍ତ୍ତମାନ ଖାଦ୍ୟ ପଦାର୍ଥ ଓ ଔଷଧ ଆଦି ସାମଗ୍ରୀର ନିଅଣ୍ଟକୁ ଭରଣା ପାଇଁ ଶ୍ରୀଲଙ୍କା କୋଟି କୋଟି ଟଙ୍କାର କରଜ ନେଉଛି । ଭାରତ ଏହି ସ୍ଥିତିରେ ଇନ୍ଧନ ଆମଦାନୀ ପାଇଁ ଶ୍ରୀଲଙ୍କାକୁ ୩୭ ହଜାର କୋଟିରୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରିଛି ।

Get real time updates directly on you device, subscribe now.