fbpx

ପ୍ରଥମ ଦଳ ଭାବରେ ୧୦୦୦ତମ ମ୍ୟାଚ ଖେଳିବ ଭାରତ: ରୋହିତ ହାସଲ କରିବେ ସ୍ୱତନ୍ତ୍ର ଉପଲବ୍ଧି, ଶୁଭେଚ୍ଛା ଜଣାଇଲେ ତେନ୍ଦୁଲକର

AAKASH

ନୂଆଦିଲ୍ଳୀ: ଭାରତୀୟ କ୍ରିକେଟ ଦଳ ଦିନିକିଆରେ ଏହାର ୧୦୦୦ ତମ ମୁକାବିଲା ଖେଳିବାକୁ ଯାଉଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଏହି ମୁକାବିଲା ଖେଳିବାକୁ ଯାଉଛି । ବିଶ୍ୱର ପ୍ରଥମ ଦଳ ଭାବରେ ଭାରତ ଏହି ମାଇଲଖୁଣ୍ଟ ହାସଲ କରିବାକୁ ଯାଉଛି । ରବିବାର ଭାରତୀୟ ଦଳ ଅହମ୍ମଦାବାଦରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସିରିଜର ପ୍ରଥମ ମୁକାବିଲା ଖେଳିବ । ଏହି ମୁକାବିଲା ସହିତ ଭାରତ ନିଜର ୧୦୦୦ତମ ମୁକାବିଲା ଖେଳିବ । ୧୯୭୪ରେ ପ୍ରଥମ ଥର ଦିନିକିଆ ଖେଳିଥିଲା ଭାରତ ।

ତେବେ ୫୦୦ ମୁକାବିଲା ଖେଳିବାକୁ ଭାରତୀୟ ଦଳକୁ ୨୮ ବର୍ଷ ସମୟ ନେଇଥିଲା । ତେବେ ୨୦୦୨ ପରଠାରୁ ମାତ୍ର ୨୦ ବର୍ଷ ମଧ୍ୟରେ ପରବର୍ତ୍ତୀ ୫୦୦ ମୁକାବିଲା ଖେଳିଛି ଭାରତୀୟ ଦଳ । ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତ ୫୦୦ତମ ମୁକାବିଲା ଖେଳିଥିବା ବେଳେ ରୋହିତଙ୍କ ନେତୃତ୍ୱରେ ଦଳ ୧୦୦୦ତମ ମୁକାବିଲା ଖେଳିବ । ଭାରତୀୟ ଦଳର ଏହି ମାଇଲଖୁଣ୍ଟ ହାସଲକୁ ନେଇ କିମ୍ବଦନ୍ତୀ କ୍ରିକେଟର ସଚିନ୍ ତେନ୍ଦୁଲକର ଖୁସି ଜାହିର କରିଛନ୍ତି । ଭାରତୀୟ କ୍ରିକେଟ ଦଳର ଏହି ସଫଳତା ପାଇଁ ସଚିନ ବର୍ତ୍ତମାନର ଖେଳାଳି, ପୂର୍ବତନ ଖେଳାଳି ଏବଂ ବୋର୍ଡ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଭାରତୀୟ କ୍ରିକେଟ ପାଇଁ ଏହା ସବୁଠାରୁ ସ୍ୱର୍ଣ୍ଣିମ ମୂହୁର୍ତ୍ତ । ବର୍ତ୍ତମାନ ସୁଦ୍ଧା ଭାରତୀୟ ଦଳ ୯୯୯ ମ୍ୟାଚ ଖେଳିଥିବା ବେଳେ ୫୧୮ଟି ମୁକାବିଲାରେ ବିଜୟୀ ହୋଇଛି । ଏହା ମଧ୍ୟରୁ ୪୩୧ଟି ମ୍ୟାଚରେ ପରାଜିତ ହେବା ସହିତ ୪୧ଟି ମୁକାବିଲା ବିନା ରେଜଲ୍ଟରେ ଶେଷ ହୋଇଛି । ୧୯୭୪ରୁ ୨୦୨୨ ମଧ୍ୟରେ ଭାରତୀୟ ଦଳ ଦୁଇ ଥର ଲେଖାଏଁ ବିଶ୍ୱ କପ୍ ଏବଂ ଚାମ୍ପିୟନ୍ସ ଟ୍ରଫି ବିଜୟୀ ହୋଇଛି ।

Get real time updates directly on you device, subscribe now.