fbpx
BJD
BJD SKY
BJD SKY

ଖୁବ ଶୀଘ୍ର ସୈନ୍ୟ ବଳରୁ ବହିଷ୍କୃତ ହୋଇ ପାରନ୍ତି ୩ ହଜାରରୁ ଅଧିକ ସୈନ୍ୟ

ୱାଶିଂଟନ: ସୀମାରେ ଥିବା ସୈନ୍ୟମାନଙ୍କୁ ନେଇ ଆସିଛି ଆଶ୍ଚର୍ଯ୍ୟଜନକ ଖବର । ସୈନିକମାନଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ଏକା ଥରକେ ୩୦୦୦ରୁ ଅଧିକ ସୈନ୍ୟଙ୍କୁ ବହିଷ୍କୃତ କରାଯିବ । ଏ ନେଇ ସୂଚନା ଦେଇଛନ୍ତି ଆମେରିକା ସେନା ସଚିବ କ୍ରିଷ୍ଟିନ ୱର୍ମୁଥ । ତେବେ କାହିଁକି ସୈନିକମାନଭ୍କ ଉପରେ ଏପରି କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ଆସନ୍ତୁ ଜାଣିବା ।
କରୋନା ଟୀକା ନେଇ ନଥିବା ସମସ୍ତ ସୈନ୍ୟମାନଙ୍କୁ ବହିଷ୍କୃତ କରାଯିବ ବୋଲି କହିଛନ୍ତି ସେନା ସଚିବ । ଟୀକା ନେଇ ନଥିବା ସୈନ୍ୟମାନେ ସୈନ୍ୟବଳର କ୍ଷମତାକୁ କ୍ଷୂର୍ଣ୍ଣ କରିବା ଆଶଙ୍କାରେ ଏମିତି ଏକ କଡା ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ନିଆଯାଉଛି । ଯେଉଁମାନେ ଟୀକା ନେବାରୁ ନିବୃତ୍ତ ରହିଛନ୍ତି ସେମାନଙ୍କୁ ଦଳରୁ ଅଲଗା କରିବା ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସେନା ସଚିବ ପ୍ରକାଶ କରିଛନ୍ତି । ଆମେରିକାର ହଜାର ହଜାର ସଂଖ୍ୟାର ସୈନିକ ଏପର୍ଯ୍ୟନ୍ତ ନିଜର ଟୀକାକରଣ କରାଇ ନାହାନ୍ତି । ତେଣୁ ଏହି ଆଧାରରେ ୩୦୦୦ରୁ ଅଧିକ ସୈନ୍ୟକୁ ବହିଷ୍କୃତ କରାଯାଇପାରେ ବୋଲି ସଚିବ କ୍ରିଷ୍ଟିନ ୱର୍ମୁଥ କହିଛନ୍ତି । ଏହା ପୂର୍ବରୁ ଗତ ୨୬ ସୁଦ୍ଧା ଦୁଇ ବାଟାଲିୟନ କମାଣ୍ଡରଙ୍କ ସମେତ ୬ ଜଣ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଏହି କାରଣରୁ ନିଜ ପଦ ହରାଇବାକୁ ପଡିଛି । ୨୦୨୧ ଶେଷ ସୁଦ୍ଧା ସେନାର ମୋଟ ୪,୮୨,୦୦୦ ସେନା କର୍ମଚାରୀ ଟୀକା ନେଇଥିଲେ ।

Get real time updates directly on you device, subscribe now.