fbpx

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ସସ୍ମିତ: କହିଲେ ଉଷୁନା ଚାଉଳ ଉଠାଉ FCI

ନୂଆଦିଲ୍ଲୀ: ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ରାଜ୍ୟରୁ ଉଷୁନା ଚାଉଳ ସଂଗ୍ରହ ନେଇ କେନ୍ଦ୍ରକୁ ସମାଲୋଚନା କରିଛନ୍ତି ସସ୍ମିତ । ରାଜ୍ୟର ୨୨ ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ କେନ୍ଦ୍ର କାହିଁକି ନେଉନାହିଁ ? ଓଡ଼ିଶାକୁ କାହିଁକି ଏହାର ହକ୍ ମିଳୁନାହିଁ ? ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ ପାତ୍ର ।

ଶୁକ୍ରବାର ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବରେ ନିଜ ବକ୍ତବ୍ୟ ରଖି ଏହି ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଦେଶରେ ରେକର୍ଡ ଉତ୍ପାଦନ ହୋଇଛି ଏବଂ କେନ୍ଦ୍ର ସରକାର ମଧ୍ୟ ରେକର୍ଡ ଧାନ ସଂଗ୍ରହ କରିଛନ୍ତି । ଯାହା ଭଲ କଥା । ୧ କୋଟିରୁ ଅଧିକ କୃଷକଙ୍କୁ ଆପଣ ଫାଇଦା ଦେଇଛନ୍ତି ଏହା ଭଲ କଥା ।

ସେ କହିଛନ୍ତି ଚଳିତ ଥର ୯୦୦ ଲକ୍ଷ ମେଟ୍ରିକ୍ ଟନ୍ ସଂଗ୍ରହ କେନ୍ଦ୍ର ସରକାର , ସେ ପ୍ରଶ୍ନ କରିଛନ୍ତି ଯଦି ୯୦୦ ଲକ୍ଷ ମେଟ୍ରିକ ଟନ୍ ସଂଗ୍ରହ ହୋଇପାରୁଛି ତେବେ ଓଡ଼ିଶାର ୨୨ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ କାହିଁକି ସଂଗ୍ରହ କରୁନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ସାଂସଦ । ଫୁଡ୍ କର୍ପୋରେସନ ର ଦାୟିତ୍ୱ ରହିଛି ଏବଂ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ରହିଛି ଧାନ ସଂଗ୍ରହ କରିବା  । ଏହା ରାଜ୍ୟ ସରକାରଙ୍କ ଦାୟିତ୍ୱ ନୁହେଁ । ସମ୍ବିଧାନିକ ଅେଟେ । କିନ୍ତୁ କେନ୍ଦ୍ର ସରକାର ଶୁଣୁନାହଁନ୍ତି ଫୁଡ୍ କର୍ପୋରେସନ ଏହାକୁ ସଂଗ୍ରହ କରିବାକୁ ମନା କରିଦେଉଛି ।

ଯଦି ସବୁ ରାଜ୍ୟ ଏକା ସମାନ ସବୁ ଲୋକ ଏକା ଭଳି ସବୁ ବିଷୟ ଏକାଭଳି ତା’ହେଲେ କର୍ଣ୍ଣାଟକ ପାଇଁ ଗୋଟିଏ ଚିନ୍ତାଧାରା ଓଡ଼ିଶା ପାଇଁ ଆଉ ଏକ ଚିନ୍ତାଧାରା କାହିଁକି । କର୍ଣ୍ଣାଟକ କୃଷକଙ୍କ ପାଇଁ ଅନ୍ୟ ଚିନ୍ତାଧାରା  ଓଡ଼ିଶା କୃଷକଙ୍କ ପାଇଁ ଅନ୍ୟ ଚିନ୍ତାଧାରା କାହିଁକି? ଏହା ସହ ସେ କହିଛନ୍ତି ସଂଘୀୟ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି ଏବଂ ସରକାର ଏହି ସବୁ ଦାବି ଉପରେ ଧ୍ୟାନ ଦେବାକୁ ଅପିଲ କରିଛନ୍ତି ।

 

Get real time updates directly on you device, subscribe now.