fbpx
BJD SKY
BJD SKY

ପ୍ଲାଟଫର୍ମରେ ପଶିଗଲା ବିରାଟ ଅଜଗର: ଉଦ୍ଧାର କଲା ବନ ବିଭାଗ

BJD

ରାଉରକେଲା: ରାଉରକେଲା ଷ୍ଟେସନରୁ ଉଦ୍ଧାର ହୋଇଛି ଏ ବିରାଟକାୟ ଅଜଗର । କୌଣସି ସ୍ଥାନରୁ ସାପଟି ୧ ନମ୍ବର ପ୍ଲାଟଫର୍ମ ଭିତରକୁ ପଶି ଆସିଥିଲା । ତେବେ ପ୍ଲାଟଫର୍ମରେ ସାପ ଦେକି ଭୟଭୀତ ହୋଇ ଉଠିଥିଲେ ଉପସ୍ଥିତ ସମସ୍ତ ଯାତ୍ରୀ । କିଛି ସମୟ ପର୍ଯ୍ୟନ୍ତ ପ୍ଲାଟଫର୍ମରେ ଅଜଗରର ଭୟ ଖେଳି ଯାଇଥିଲା । ପ୍ଲାଟଫର୍ମରେ ଲାଗିଥିଲା ପ୍ରବଳ ଭିଡ । ଏହାପରେ ଖବର ପାଇ ଆରପିଏଫ ଟିମ ପହଞ୍ଚି ଭିଡ ନିୟନ୍ତ୍ରଣ କରିଥିଲା । ସେପଟେ ବନ ବିଭାଗ ମଧ୍ୟ ପ୍ଲାଟଫର୍ମରେ ପହଞ୍ଚି ସାପଟିକୁ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ଅଜଗରର ଲମ୍ବ ପ୍ରାୟ ୧୨ ଫୁଟ ହେବ ବୋଲି ଅନୁମାନ କରାଯାଉଛି । ବନବିଭାଗ ଅଜଗରକୁ ଉଦ୍ଦାର କରି ନିକଟସ୍ଥ ଜଙ୍ଗଲରେ ଛାଡିବା ପରେ ପ୍ଲାଟଫର୍ମରେ ସ୍ଥିତି ଆୟତ୍ତକୁ ଆସିଥିଲା ।

Get real time updates directly on you device, subscribe now.