ପାକିସ୍ତାନ ଘରେ ପଶି ମାରୁଛି ଭାରତ; ସମ୍ୱିତ ପାତ୍ର
"ପାକିସ୍ତାନକୁ ମାଟିରେ ମିଶାଇବା ସହ ଘରେ ପଶି ମାରିବାକୁ କହିଥିଲେ ପ୍ରଧାନମନ୍ତ୍ରୀ"।
ଭୁବନେଶ୍ୱର: ‘ଅପରେସନ ସିନ୍ଦୂର’କୁ ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ରଙ୍କ ବଡ଼ ସୂଚନା। ଭାରତୀୟ ସେନା ଅପରେସନ ସିନ୍ଦୂରକୁ ସଫଳ କରିଛନ୍ତି। ଆତଙ୍କବାଦୀଙ୍କ ଠିକଣାକୁ ମାଟିରେ ମାଶାଇଛନ୍ତି ସେନା।
ଆତଙ୍କବାଦୀକୁ ନେଇ ପାକିସ୍ତାନର ମିଛ ଧରାପଡିଥିଲା। ପାକିସ୍ତାନର ଏ ସ୍ଥିତି କିଛି ନୁହେଁ। ଆଗକୁ ଆହୁରି ଭୋଗିବ ବୋଲି କହିଲେ ସମ୍ୱିତ ପାତ୍ର। ପହଲଗାମ୍ ହମଲାର ଜବାବ ଦିଆଯିବ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
କଳ୍ପନା ବାହାରେ ପ୍ରତିଶୋଧ ନିଆଯିବ ବୋଲି କହିଥିଲେ। ଆଉ ତାହା କରି ଦେଖାଇଲେ। ମାଟିରେ ମିଶାଇବା ସହ ଘରେ ପଶି ମାରିବେ କହିଥିଲେ ପ୍ରଧାନମନ୍ତ୍ରୀ। ବିଶ୍ୱକୁ ଏକ ବଡ଼ ବାର୍ତ୍ତା ଦେଇଛି ଅପରେସନ୍ ସିନ୍ଦୂର। ନୂତନ ଭାରତ ଏବେ ଘରେ ପଶି ମାରୁଛି। ଏବେ ପାକିସ୍ତାନଙ୍କ ଘରେ ପଶି ମାରୁଛି ଭାରତ।