fbpx
BSKY
BJD SHG SKY
BJD YOUTH SKY

ସେମିରେ ଝୁଣ୍ଟିଲେ ଭାରତୀୟ ମହିଳା; ଶୁକ୍ରବାର ବ୍ରିଟେନ ବିପକ୍ଷରେ ବ୍ରୋଞ୍ଜ ଲଢେଇ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିବାରୁ ମାତ୍ର ଗୋଟିଏ ପାଦ ପଛରେ ଝୁଣ୍ଟିଛି ଭାରତୀୟ ମହିଳା ହକି ଦଳ । ବୁଧବାର ଅନୁଷ୍ଠିତ ସେମିରେ ଭାରତୀୟ ମହିଳା ଦଳ ଆର୍ଜେଣ୍ଟିନା ନିକଟରୁ ୨-୧ରେ ପରାଜିତ ହୋଇଛି । କ୍ୱାର୍ଟର ଫାଇନାଲ ଗୋଲ ସ୍କୋରର ଗୁରଜିତ କୌର ଭାରତ ପକ୍ଷରୁ ଏକମାତ୍ର ଗୋଲଟି କରିଥିଲେ । ମାରିଆ ବାରିନୁଏଭୋଙ୍କ ଡବଲ ଗୋଲ ସହାୟତାରେ ଫାଇନାଲରେ ପ୍ରବେଶ କରିଛି ଆର୍ଜେଣ୍ଟିନା । ଏହା ସହିତ ଆସନ୍ତା ଶୁକ୍ରବାର ଭାରତୀୟ ମହିଳା ଦଳ ଗ୍ରେଟ ବ୍ରିଟେନ ବିପକ୍ଷରେ ବ୍ରୋଞ୍ଜ ପଦକ ଲଢେଇରେ ଅବତୀର୍ଣ୍ଣ ହେବ ।

ବୁଧବାର ମ୍ୟାଚ ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ଭଙ୍ଗୀରେ ଖେଳ ଆରମ୍ଭ କରିଥିଲା । ମ୍ୟାଚର ଦ୍ୱିତୀୟ ମିନିଟରେ ଭାରତୀୟ ଦଳ ପକ୍ଷରୁ ଗୁରଜିତ କୌର ଗୋଲ ସ୍କୋର କରିଥିଲେ । ଟୁର୍ଣ୍ଣାମେଣ୍ଟରେ ଗୁରଜିତଙ୍କର ଏହା ଦ୍ୱିତୀୟ ଗୋଲ୍ । ଦ୍ୱିତୀୟ କ୍ୱାର୍ଟରର ତୃତୀୟ ମିନିଟରେ ମାରିଆ ବାରିନୁଏଭୋ ଆର୍ଜେଣ୍ଟିନା ପକ୍ଷରୁ ଗୋଲ ବରାବର କରିଥିଲେ । ୩୬ ତମ ମିନିଟରେ ପେନାଲ୍ଟିରୁ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ କରି ଦଳକୁ ବିଜୟୀ କରାଇଥିଲେ ମାରିଆ ବାରିନୁଏଭୋ । ଅନ୍ତିମ କ୍ୱାର୍ଟରରେ ଭାରତ ପକ୍ଷରୁ ଗୋଲ ପରିଶୋଧାର ଉଦ୍ୟମ କରାଯାଇଥିଲେ ହେଁ ଖେଳାଳିଙ୍କ ମଧ୍ୟରେ ସମନ୍ୱୟ ଅଭାବ କାରଣରୁ ଭାରତ ପରାଜିତ ହୋଇଥିଲା ।

Get real time updates directly on you device, subscribe now.