fbpx

ଇତିହାସ ରଚିଲା ଭାରତ: କ୍ରିକେଟର ସବୁ ଫର୍ମାଟରେ No.1 ସ୍ଥାନ ହାସଲ କଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ବିଜୟୀ ହୋଇ ଇତିହାସ ରଚିଛି ଭାରତୀୟ ଟିମ୍ । ବର୍ତ୍ତମାନ କ୍ରିକେଟ ଜଗତର ବାଦଶାହ ସାଜିଛି ଟିମ୍ ଇଣ୍ଡିଆ । କ୍ରିକେଟର ସବୁ ଫର୍ମାଟରେ ଏକ ନମ୍ବର ସ୍ଥାନ ହାସଲ କରି ଭାରତ ଇତିହାସ ସୃଷ୍ଟି କରିଛି । ଆଇସିସି ଜାରି କରିଥିବା ନୂଆ ତାଜା ରାଙ୍କିଙ୍ଗରେ ଭାରତ ଏବେ ଟେଷ୍ଟ, ଦିନିକିଆ ଏବଂ ଟି-୨୦ ଫର୍ମାଟରେ ଶୀର୍ଷ ସ୍ଥାନ ହାସଲ କରିଛି । ଏଭଳି କରିବା ସହ ଏକ ନୂଆ ଇତିହାସ ନିଜ ନାମରେ ଲେଖିଛି ମେନ୍ ଇନ୍ ବ୍ଲୁ । ପ୍ରଥମ ଥର ପାଇଁ ଟିମ ଇଣ୍ଡିଆ ଏଭଳି ଐତିହାସିକ ରେକର୍ଡ ସୃଷ୍ଟି କରିଛି ।

ଟେଷ୍ଟ ହେଉ କି ଟି-୨୦ କିମ୍ବା ଦିନିକିଆ, ଭାରତ ଏବେ ସବୁ ଫର୍ମାଟରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଆଇସିସି ରାଙ୍କିଙ୍ଗ ଅନୁସାରେ, ଭାରତ କ୍ରିକେଟର ପ୍ରତ୍ୟେକ ଫର୍ମାଟରେ ଏବେ ଟପ୍ କରିଛି । ସବୁ ଫର୍ମାଟରେ ନମ୍ବର ୱାନ ସ୍ଥାନ ହାସଲ କରି ଏକ ଐତିହାସିକ ରେକର୍ଡ ସୃଷ୍ଟି କରିଛି ଟିମ ଇଣ୍ଡିଆ । ଭାରତୀୟ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ତିନୋଟି ଯାକ ଫର୍ମାଟରେ ଭାରତ ଏକ ନମ୍ବର ସ୍ଥାନ ହାସଲ କରିଛି । ତେବେ ଏହି କାରନାମା କରିବାରେ ଭାରତ ଦ୍ୱିତୀୟ ଦେଶ ପାଲଟିଛି । ଏହା ପୂର୍ବରୁ କେବଳ ଦକ୍ଷିଣ ଆଫ୍ରିକା ୨୦୧୩ ମସିହାରେ ଇଣ୍ଟରନେସନାଲ କ୍ରିକେଟର ତିନୋଟି ଯାକ ଫର୍ମାଟରେ ପ୍ରଥମ ସ୍ଥାନରେ ରହିଥିଲା । କିନ୍ତୁ ବର୍ତ୍ତମାନ ଭାରତୀୟ ଦଳ ଏହି ଗୌରବ ହାସଲ କରିବାରେ ସକ୍ଷମ ହୋଇ ପାରିଛି । ଆଇସିସିର ନୂଆ ରାଙ୍କିଙ୍ଗ ଅନୁସାରେ ଭାରତ ବର୍ତ୍ତମାନ ଦୁନିଆର ସର୍ବଶ୍ରେଷ୍ଠ ଦଳ ପାଲଟିଛି ।

ସୂଚନା ଅନୁସାରେ, ଭାର-ଅଷ୍ଟ୍ରେଲିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛି ରାହୁଲ ସେନା । ଅଷ୍ଟ୍ରେଲିଆର ୨୭୭ ରନ୍ ଲକ୍ଷ୍ୟକୁ ୪୮.୪ ଓଭରରେ ୫ ୱିକେଟ ହରାଇ ହାସଲ କରିବାରେ ସଫଳ ହୋଇଛି ଭାରତ । ମହମ୍ମଦ ଶାମୀଙ୍କ ଘାତକ ବୋଲିଂ ପରେ ୪ ଜଣ ଷ୍ଟାର ଖେଳାଳିଙ୍କ ଦମଦାର ଅର୍ଦ୍ଧଶତକ ଭାରତକୁ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟୀ କରାଇଛି । ପ୍ରଥମେ ଏହି ମ୍ୟାଚରେ ଋତୁରାଜ ଗାଏକ୍ୱାଡ(୭୧), ଶୁଭମନ ଗିଲ(୭୪) ଏବଂ ଅଧିନାୟକ ରାହୁଲଙ୍କ(୫୮) ଅର୍ଦ୍ଧଶତକ ପରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଦିନିକିଆ ଫର୍ମାଟର ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହା ସହିତ ଭାରତ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ବିଜୟୀ ହୋଇଛି ।

Get real time updates directly on you device, subscribe now.