fbpx
BJD
BJD SKY
BJD SKY

ଦେଶରେ ବଢିଲା ଉତ୍ପାଦନ ଗତି, ଅଗଷ୍ଟରେ ତିନି ମାସ ଉଚ୍ଚ ସ୍ତରରେ ମାନ୍ୟୁଫାକଚରିଂ ପିଏମ୍‌ଆଇ

ନୂଆଦିଲ୍ଲୀ: ଅଗଷ୍ଟ ମାସର ମାନ୍ୟୁଫାକଚରିଂ ପିଏମ୍‌ଆଇ ଦର୍ଶାଉଛି ଯେ, ଦେଶରେ ଉତ୍ପାଦନ ଗତିବିଧି ବୃଦ୍ଧି ପାଇଛି । ଏସ୍ ଆଣ୍ଡ ପି ଗ୍ଲୋବାଲ୍ ନିକଟରେ କରିଥିବା ସର୍ଭେ ଅନୁସାରେ ଅଗଷ୍ଟ ମାସରେ ଉତ୍ପାଦନ କ୍ଷେତ୍ରରେ ପର୍ଚ୍ଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ ଅର୍ଥଥାତ ପିଏମ୍‌ଆଇ ତଥ୍ୟ ଅନୁଯାୟୀ ୫୮.୬ % ରହିଛି । ଗତ ଜୁଲାଇରେ ଏହା ୫୭.୭% ଥିଲା । ଏହାଠାରୁ ବଡ଼ ଖବର ହେଉଛି ଏହା ଗଲା ତିନି ମାସର ସର୍ବୋଚ୍ଚ ସ୍ତରରେ ରହିଛି ।

ଜୁନ୍ ମାସରେ ପିଏମ୍‌ଆଇ ଆକଳନ ୫୭.୮ ସ୍ତରରେ ରହିଥିଲା । ସେହିଭଳି ମେ ମାସରେ ଦ୍ରୁତ ଗତି ପାଇଁ ୫୭.୮ ରହିଥିଲା । ଅଗଷ୍ଟ ମାସରେ ମାନ୍ୟୁଫାକଚରିଂ କ୍ଷେତ୍ରରେ ଲଗାତାର ଅଭିବୃଦ୍ଧି ସହିତ ୨୬ ମାସର ୫୦ ପ୍ରମୁଖ ସ୍ତରରେ ରହିଥିଲା । ଯାହା ଦର୍ଶାଏ ଯେ ଦେଶର ମାନ୍ୟୁଫାକଚରିଂ କ୍ଷେତ୍ରରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି ।

ଅଗଷ୍ଟ ମାସର ମାନ୍ୟୁଫାକଚରିଂ ତଥ୍ୟ ଏପ୍ରିଲ-ଜୁନ୍ ତ୍ରୈମାସର ଜିଡିପି ପ୍ରକାଶ ପାଇବାର ଗୋଟିଏ ଦିନପରେ ଆସିଛି । ଗୁରୁବାର ପ୍ରକାଶ ପାଇଥିବା ଜିଡିପ ତଥ୍ୟରେ ଆର୍ଥିକ ବର୍ଷ ୨୦୨୪ ପ୍ରଥମ ତ୍ରୈମାସରେ ଭାରତର ବିକାଶ ଦର ୭.୮% ରହିଥୀଲା, ଯାହା ଗଲା ୪ ତ୍ରୈମାସର ସର୍ବୋଚ୍ଚ ସ୍ତରରେ ରହିଛି । ଏହା ଆରବିଆଇର ପୁର୍ବ ଆକଳନ ଅନୁଯାୟୀ ରହିଛି । ତେବେ ଏହି ତଥ୍ୟ ମାନ୍ୟୁଫାକଚରିଂ କ୍ଷେତ୍ରରେ ଅଭିବୃଦ୍ଧି ହାର ୪.୭% ରହିଛି ଯାହା ସାମଗ୍ରୀକ ଅଭିବୃଦ୍ଧିକୁ ହ୍ରାସ କରିଛି ।

ସମାନ ସମୟରେ ଅଗଷ୍ଟ ମାସରେ ଚୀନ୍‌ରେ ମାନ୍ୟୁଫାକଚରିଂ ପିଏମ୍‌ଆଇ ର ହାର ୪୯.୭ ସ୍ତରରେ ରହିଛି । ଯ।।ହ ଗଲା ମାସରେ ୪୯.୩ ସ୍ତରରେ ରେହିଥିଲା । ଏହି ତଥ୍ୟକୁ ଦୃଷ୍ଟି ଦେଲେ ଦେଖିବାକୁ ମିଳୁଛି ଯେ, ଭାରତ ବର୍ତ୍ତମାନ ସମୟରେ ଚୀନ୍‌ଠାରୁ ବହୁ ଆଗରେ ରହିଛି ।

Get real time updates directly on you device, subscribe now.