fbpx
BSKY
BJD MC SKY
BJD YOUTH SKY

ପାକିସ୍ତାନର ବିଜୟ କାମନା କରୁଛନ୍ତି ଭାରତୀୟ ପ୍ରଶଂସକ: ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହୋଇପାରନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ

ନୂଆଦିଲ୍ଲୀ: ଗତବର୍ଷ ଭାରତରେ ଆୟୋଜିତ ହୋଇଥିବା ଦିନିକିଆ ବିଶ୍ୱକପରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ତେବେ ପୁଣି ଥରେ କ୍ରିକେଟ ମୈଦାନରେ ଏହି ଦୁଇ ଦେଶ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିପାରେ । ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଅଣ୍ଡର-୧୯ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ସଂଘର୍ଷପୂର୍ଣ୍ଣ ଭାବେ ୨ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି ।

ଗୋଟିଏ ପଟେ ଭାରତ ଫାଇନାଲରେ ପହଞ୍ଚି ସାରିଥିବା ବେଳେ ଆସନ୍ତା ୮ ତାରିଖରେ ହେବାକୁ ଥିବା ଦ୍ୱିତୀୟ ସେମି ଉପରେ ଏବେ ସାରା ବିଶ୍ୱବାସୀଙ୍କ ନଜର ରହିଛି । ଆସନ୍ତାକାଲି ପାକିସ୍ତାନ-ଅଷ୍ଟ୍ରେଲିଆ ମଧ୍ୟରେ କଡ଼ା ଟକ୍କର ହେବ । ଏହି ମ୍ୟାଚର ବିଜେତା ଭାରତ ସହ ୧୧ ତାରିଖରେ ଫାଇନାଲ ଖେଳିବ । ତେବେ ସାଧାରଣ ଭାବେ ଭାରତ କ୍ରିକେଟ ପଡ଼ିଆରେ ଭାରତ-ପାକ୍ ମ୍ୟାଚକୁ ସାରା ବିଶ୍ୱର କ୍ରୀଡ଼ାପ୍ରେମୀମାନେ ଉତ୍ସୁକତାର ସହିତ ଚାହିଁ ରହିଥାନ୍ତି ।

ତେଣୁ ଦ୍ୱିତୀୟ ସେମିରେ ପାକିସ୍ତାନର ବିଜୟ କାମନା କରୁଛନ୍ତି ଭାରତୀୟ ପ୍ରଶଂସକ । ପାକିସ୍ତାନ ଫାଇନାଲକୁ ଗଲେ ହିଁ ଏହି ମ୍ୟାଚର ରୋମାଞ୍ଚ ବହୁଗୁଣିତ ହୋଇଯିବ । ‘ହେ ପ୍ରଭୁ ପାକିସ୍ତାନକୁ ଜିତାଇ ଦିଅ, ଭାରତ-ପାକିସ୍ତାନ ମଧ୍ୟରେ ବିଶ୍ୱକପ ଫାଇନାଲ ମ୍ୟାଚ ହେଉ’ ଅନେକ ପ୍ରଶଂସକ ଏପରି ପ୍ରାର୍ଥନା କରୁଥିବାର ଦେଖାଯାଇଛି । ଆସନ୍ତାକାଲିର ମ୍ୟାଚ ଉପରେ ହିଁ ସବୁ କିଛି ନିର୍ଭର କରୁଛି । ବର୍ତ୍ତମାନ ସୁଦ୍ଧା ୟୁ-୧୯ ବିଶ୍ୱକପର ୧୪ଟି ସଂସ୍କରଣ ଖେଳାଯାଇଥିବା ବେଳେ ସେଥିମଧ୍ୟରୁ ଭାରତ ୨୦୨୨, ୨୦୧୮, ୨୦୧୨, ୨୦୦୮, ୨୦୦୦ ଏଭଳି ଭାବେ ୫ ଥର ଚାମ୍ପିୟନ ହୋଇଥିଲା ।

Get real time updates directly on you device, subscribe now.