fbpx

ଭାରତ ଉପରେ ଆସିପାରେ ଖାଦ୍ୟ ଉତ୍ପାଦନର ସଂକଟ: ହେବ କି ପାକିସ୍ତାନ ପରିସ୍ଥିତି?

ନୂଆଦିଲ୍ଲୀ: ଗ୍ଲୋବାଲ ୱାର୍ମିଂ ଯୋଗୁଁ ବିଭିନ୍ନ ଦେଶରେ ଅନେକ ପ୍ରକାର କୁପ୍ରଭାବ ଦେଖିବାକୁ ମିଳୁଛି । ତେଣୁ ଖୁବଶୀଘ୍ର କିଛି ଦେଶରେ ଖାଦ୍ୟ ଯୋଗାଣ ସଂକଟ ଦେଖିବାକୁ ମିଳିପାରେ ବୋଲି ଅନୁମାନ କରାଯାଉଛି । ଏହି ତାଲିକାରୁ ଭାରତ ମଧ୍ୟ ବାଦ୍ ପଡିନି । ଧେଶକୁ ଖୁବଶୀଘ୍ର ଜଳ ଏବଂ ଖାଦ୍ୟ ସଂକଟକୁ ସାମନା କରିବାକୁ ପଡିପାରେ । ତେବେ ଏ ନେଇ ଜାରି ହୋଇଥିବା ଏକ ରିପୋର୍ଟରେ ବିଶେଷ ଭାବେ ପ୍ରକାଶ କରାଯାଇଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ, ୨୦୫୦ ମସିହା ସୁଦ୍ଧା ଜଳ ଏବଂ ଉତ୍ତାପ ଚାପ ଯୋଗୁଁ ଖାଦ୍ୟ ଯୋଗାଣ ବିଭାଗରେ ୧୬%ରୁ ଅଧିକ ଅଭାବର ସାମନା କରିପାରେ ଭାରତ । ସେପଟେ ଏହା ଯୋଗୁଁ ଖାଦ୍ୟ ଅସୁରକ୍ଷିତ ଜନସଂଖ୍ୟାରେ ମଧ୍ୟ ୫୦%ରୁ ଅଧିକ ବୃଦ୍ଧି ପରିଲକ୍ଷିତ ହେବ । ତେବେ ଏହି ରିପୋର୍ଟରେ ତାଲିକାର ଶୀର୍ଷରେ ଚୀନ ଥିବା ବେଳେ ଏହା ଖାଦ୍ୟ ଯୋଗାଣରେ ୨୨.୪% ହ୍ରାସ ପାଇବ ଏବଂ ଦକ୍ଷିଣ ଆମେରିକା ୧୯.୪% ହ୍ରାସ ପାଇବ । ଭାରତରେ ଜଳ ଯୋଗାଣର ଉପଲବ୍ଧତା ୧୧୦୦ ରୁ ୧୧୯୭ ବିଲିୟନ କ୍ୟୁବିକ ମିଟର ମଧ୍ୟରେ ରହିଛି । ସେହିପରି ଚାହିଦା ୨୦୧୦ରେ ୫୫୦-୭୧୦ ବିସିଏମରୁ ବୃଦ୍ଧି ପାଇ ୨୦୫୦ ସୁଦ୍ଧା ୯୦୦-୧୪୦୦ ଭିତରେ ପହଞ୍ଚିଥିବ ବୋଲି ଅନୁମାନ କରାଯାଉଛି ।

ତେବେ ଭାରତରେ ଜଳ ସମସ୍ୟାକୁ ଦୂର କରିବା ଦିଗରେ ସବୁଠୁ ବଡ ପ୍ରତିବନ୍ଧକ ସାଜିଛି ଦେଶର ଖରାପ ଜଳ ନୀତି ଡିଜାଇନ । ଏହା ଭାରତର ଶକ୍ତି ସବସିଡିକୁ ଟାର୍ଗେଟ କରିଥାଏ, ଯାହା ଜଳର ଅତ୍ୟଧିକ ବ୍ୟବହାରକୁ ଉତ୍ସାହିତ କରିଥାଏ । ଏଥିପାଇଁ ଜଳ ଅଧିକ ନଷ୍ଟ ହୋଇଥାଏ ।

Get real time updates directly on you device, subscribe now.