fbpx

ଯାଜପୁରର ବାରୁଣୀ ମେଳା ପାଇଁ ପ୍ରଶାସନର ପ୍ରସ୍ତୁତି: ଦଶାଶ୍ୱମେଧ ଘାଟରେ ବୁଡ ପକାଇବେ ଶ୍ରଦ୍ଧାଳୁ

ଯାଜପୁର: ଆସନ୍ତା ରବିବାରରୁ ଆରମ୍ଭ ହେବ ଯାଜପୁରର ପ୍ରସିଦ୍ଧ ବାରୁଣୀ ମେଳା । ବୈତରଣୀ ନଦୀ ଦଶାଶ୍ୱମେଧ ଘାଟରେ ପ୍ରତ୍ୟେକ ବର୍ଷ ଏହି ପର୍ବ ଧୂମଧାମରେ ପାଳନ ହୋଇଥାଏ । କିନ୍ତୁ ଗତ ୨ ବର୍ଷ କରୋନା ମହାମାରୀ ଯୋଗୁଁ ଏହି ମେଳା ବନ୍ଦ ରହିଥିବା ବେଳେ ଚଳିତବର୍ଷରୁ ପୁଣିତରେ ଏଥିପାଇଁ ଅଣ୍ଟା ଭିଡିଛି ପ୍ରଶାସନ । ଚଳିତବର୍ଷ ପର୍ବକୁ ପାଳନ କରିବା ପାଇଁ ମିଳିଛି ଅନୁମତି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ସ୍ୱଚ୍ଛତା ଉପରେ ବିଶଷ ଗୁରୁତ୍ୱ ଦେଇଛି ଯାଜପୁର ପୌରପାଳିକା ।

ପ୍ରତି ୧୨ ବର୍ଷରେ ଏହି ବାରୁଣୀ ଯୋଗ ପଡିଥାଏ । ତେବେ ଚଳିତବର୍ଷ ଏହି ଯୋଗ ସକାଳ ୮.୪୨ରୁ ୩ଟା ପର୍ଯ୍ୟନ୍ତ ରହୁଥିବା ମନ୍ଦିରର ପୂଜକ ସୂଚନା ଦେଇଛନ୍ତି । ତେବେ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁଙ୍କ ସୁରକ୍ଷା ସହ ସ୍ବଚ୍ଛତା ଦିଗରେ ପ୍ରଶାସନ ବେଶ୍ ତତ୍ପର ହୋଇଛି । ଘାଟକୁ ପରିଷ୍କାର କରିବା ସହ ସୁରକ୍ଷାକୁ ଦୃଷ୍ଟିରେ ବ୍ୟାରିକେଡ ବ୍ୟବସ୍ଥା କରିଛି ଯାଜପୁରର ପୌରପାଳିକା । ଏହି ଦିନ ଏଠାରେ ପିଣ୍ଡଦାନ କଲେ ପିତୃପୁରୁଷ ମୋକ୍ଷ ପାଆନ୍ତି ବୋଲି ବିଶ୍ୱାସ ରହିଛି । ତେଣୁ ବାରୁଣୀ ଯୋଗରେ ଯାଜପୁର ତଥା ରାଜ୍ୟ ବିଭିନ୍ନ ଅଞ୍ଚଳର ଲୋକଙ୍କ ସହ ରାଜ୍ୟ ବାହାରୁ ମଧ୍ୟ ଅନେକ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ ।

୨ ବର୍ଷ ପରେ ବାରୁଣୀ ମେଳା ହେବା ସହ ଏଠାରେ ହଜାର ହଜାର ଲୋକଙ୍କ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ । ଯାଜପୁର ପୋଲିସ ପକ୍ଷରୁ ଏଠାରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇତିବା ବେଳେ ଟ୍ରାଫିକ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ଫୋର୍ସ ମଧ୍ୟରୁ ଗୋଟିଏ ପ୍ଲାଟୁନ ପୋଲିସ ବୁଡ ପକାଇବା ସ୍ଥାନରେ ନିୟୋଜିତ ହେବେ । ଏହାବ୍ୟତୀତ ଅଗ୍ନିଶମ ବିଭାଗକୁ ମଧ୍ୟ ନିୟୋଜିତ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.