fbpx
BJD
BJD SKY
BJD SKY

Asian Games 2023: ତାସ୍ ଖେଳରେ ରୌପ୍ୟ ଜିତିଲେ ଭାରତୀୟ ପୁରୁଷ ଦଳ

ନୂଆଦିଲ୍ଲୀ: ରାଜୁ ଟୋଲାନି, ଅଜୟ ପ୍ରଭାକର କାହରେ, ରାଜେଶ୍ୱର ତିୱାରୀ ଏବଂ ସୁମିତ ମୁଖାର୍ଜୀଙ୍କୁ ନେଇ ଗଠିତ ଭାରତୀୟ ପୁରୁଷ ଦଳ ଶୁକ୍ରବାର ଦିନ ହାଙ୍ଗଜୋରେ ଚାଲିଥିବା ଏସୀୟ ଗେମ୍ସ ବ୍ରିଜରେ ରୌପ୍ୟ ପଦକ ହାସଲ କରିଛନ୍ତି। ଫାଇନାଲରେ ହଂକଂ ସ୍ୱର୍ଣ୍ଣ ପଦକ ହାସଲ କରିଛି । ୨୦୧୮ ଏସିଆନ୍ ଗେମ୍ସରେ ଭାରତର ତାସ ଖେଳାଳି ଦଳ ତିନୋଟି ପଦକ ଜିତିଥିଲା।

ରାଜୁ ଟୋଲାନି, ଅଜୟ ପ୍ରଭାକର କାହେରେ, ରାଜେଶ୍ୱର ତିୱାରୀ ଏବଂ ସୁମିତ ମୁଖାର୍ଜୀ ଫାଇନାଲରେ ହଂକଂ ଠାରୁ ୨୩୮.୧-୧୫୨ରେ ପରାସ୍ତ ହୋଇଛନ୍ତି। ତେଣୁ ଭାରତକୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଲା। ୨୦୧୮ ପୂର୍ବରୁ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା।

ଆଜି ମୋଟ ପଦକ ସଂଖ୍ୟା ୧୦୦ରେ ପହଞ୍ଚିବା ସହିତ ଭାରତ ନୂଆ ଇତିହାସ ଲେଖିଛି । ସେଥିମଧ୍ୟରେ ୨୫ଟି ସ୍ୱର୍ଣ୍ଣ, ୩୫ଟି ରୌପ୍ୟ ଓ ୪୦ଟି ବ୍ରୋଞ୍ଜ ରହିଛି । ତେବେ ଏହା ମଧ୍ୟରେ ଭାରତ ପୁଣି ଏକ ପଦକ ପକ୍କା କରିଛି । ପୁରୁଷ ୮୬ କିଲୋଗ୍ରାମ ବର୍ଗ ରେସଲିଂରେ ଦୀପକ ପୁନିଆ ଏକ ରୌପ୍ୟ ପଦକ ସୁନିଶ୍ଚିତ କରିଛନ୍ତି । ଦୀପକ ପ୍ରତିପକ୍ଷ ଉଜବେକିସ୍ତାନର ରେସଲରଙ୍କୁ ୪-୩ରେ ପରାସ୍ତ କରିଛନ୍ତି ।

 

Get real time updates directly on you device, subscribe now.