fbpx

ମେଲବର୍ଣ୍ଣରେ ଭାରତୀୟ ବୋଲରଙ୍କ ଝଡ଼, ପାକିସ୍ତାନ ଆଗରେ ବିଜୟ ଲକ୍ଷ୍ୟ ୧୬୦

ମେଲବର୍ଣ୍ଣ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପର ମହାମୁକାବିଲା ମେଲବର୍ଣ୍ଣରେ ଜାରି ରହିଛି । ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନ ବ୍ୟାଟ୍ସମ୍ୟାନ୍ ୧୫୯ ରନ୍‌ରେ ଆଣ୍ଠେଇଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ସିଂ ଏବଂ ହାର୍ଦିକ ପାଣ୍ଡ୍ୟା ସର୍ବାଧିକ ୩ ଟି ଲେଖାଏଁ ଉଇକେଟ୍ ନେଇଥିଲେ ।

ପାକିସ୍ତାନ ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା । ଅର୍ଶଦୀପ ସିଂ ଅଧିନାୟକ ବାବର ଆଜାମ ଏବଂ ମହମ୍ମ ରିୱାନ୍‌ଙ୍କୁ ସଅଳ ପ୍ୟାଭିଲିୟନ ଫେରାଇ ଦେଇଥିଲେ । ତେବେ ଇଫତିକାର ଅହମ୍ମଦ ଦ୍ରୁତ ଅର୍ଦ୍ଧଶତକ(୫୧) ହାସଲ କରିଥିବା ବେଳେ ଶାନ୍ ମସୁଦ ମ୍ୟାଚ୍ ଆରମ୍ଭରୁ କ୍ରିଜରେ ଜମି ରହି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ଏହା ସହିତ ଶେଷ ଆଡ଼କୁ ଶାହୀନ୍ ଶାହା ଆଫ୍ରୀଦିଙ୍କ ୮ ବଲରେ ୧୬ ଦ୍ରୁତ ରନ୍ ବଳରେ ପାକିସ୍ତାନ ଭାରତ ଆଗରେ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ।

ଭାରତୀୟ ବୋଲର ଆରମ୍ଭରୁ ହିଁ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ଙ୍କୁ ବାନ୍ଧି ରଖିଥିଲେ। ଭୁବନେଶ୍ୱର କୁମାର ମାତ୍ର ୧ରନ୍ ବ୍ୟୟ କରିଥିଲେ। ଦ୍ୱିତୀୟ ଓଭରରେ ଅର୍ଶଦୀପ ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କୁ ଏକ ଗୋଲଡେନ ଡକ୍ ରେ ପାଭିଲିୟନକୁ ଯିବା ବାଟ ଦେଖାଇଥିଲେ। ତାଙ୍କର ଦ୍ୱିତୀୟ ଓଭରରେ ଅର୍ଶଦୀପ ଓପନର୍ ମହମ୍ମଦ ରିଜୱାନଙ୍କୁ ମଧ୍ୟ ଶିକାର କରିଥିଲେ। ଇଫତିକାର ରୂପରେ ଶାମି ଭାରତକୁ ତୃତୀୟ ସଫଳତା ଦେଇଥିଲେ। ଭାରତର ଚତୁର୍ଥ ସଫଳତା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ୱାରା ଶାଦବ ଖାନଙ୍କୁ ଆଉଟ କରିଥିଲେ। ସମାନ ଓଭରରେ ପାଣ୍ଡ୍ୟା ହାଇଦର ଅଲିଙ୍କୁ ମଧ୍ୟ ପାଭିଲିୟନକୁ ପଠାଇଥିଲେ। ଏହା ପରେ ପାଣ୍ଡ୍ୟା ନୱାଜଙ୍କ ରୂପରେ ତୃତୀୟ ୱିକେଟ୍ ପାଇଥିଲେ। ଶେଷ ଆଡକୁ ଆର୍ଶଦୀପ ଆସିଫଙ୍କୁ ଆଉଟ କରିଥିଲେ ଏବଂ ଶେଷ ଉଇକେଟ ରୂପରେ ଭୁବନେଶ୍ୱର କୁମାର ଶାହୀନ ଆଫ୍ରିଦିଙ୍କୁ ଆଉଟ କରିଥିଲେ।

Get real time updates directly on you device, subscribe now.