fbpx
BJD SKY
BJD SKY

(Video) ଅପେକ୍ଷାର ଘଟିବ ଅନ୍ତ: ଦୀପିକା ପାଇଁ ଶାଢ଼ୀ, ଚୁଡ଼ି, ସିନ୍ଦୁର ନେଇକି ଆସୁଛି ଦିନେଶ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅପେକ୍ଷାର ଘଟିବ ଅନ୍ତ । ଆସୁଛି ଦିନେଶ । ଦୀପିକା ସହ ଦିନେଶ ମନେଇବ ଦିପାବଳୀ । ଦୁହେଁ ମିଶିକି ଦୀପାବଳୀ ପାଳିବେ । ଦୀପିକାଙ୍କ ଖୁସି ପାଇଁ ଦୌଡି ଆସୁଛି ଦିନେଶ । ଦୀପିକାଙ୍କ ମନ ପସନ୍ଦର ଜିନିଷ ଧରିକି ଆସିବ ଦିନେଶ । ଦିପିକାଙ୍କ ପାଇଁ ଶାଢୀ, ଚୁଡି, ସିନ୍ଦୁର ସହ ଦୀପିକାଙ୍କ ପାଇଁ ଟିକିଲି ଧରିକି ଆସୁଛି ଦିନେଶ । ଦୀପିକାଙ୍କ ନାଲି ଟିକିଲି ଦିନେଶକୁ ପାଗଳ କରିଥାଏ । ଆଉ ସେଥିପାଇଁ ଦିପିକାଙ୍କ ପାଇଁ ନାଲି ଟିକିଲି ଧରିକି ଆସୁଛି ଦିନେଶ । ବହୁତ ଦିନରୁ ଅଲଗା ହୋଇଥିବା ଦୀପିକା ଦିନେଶ ଏବେ ଏକାଠି ହେବ । ମିଶିଯିିବ ଦୁଇ ଆତ୍ମା । ଏକାଠି ହେବ ଦୁଇ ଶରୀର । ଆଉ ଏବେ ହେବ ଗୋଟେ ପରିବାରର ମିଳନ । ସବୁ ରାଗ ଋଷା ଭୁଲି ଦିନେଶ ଆପଣେଇ ନେବ ଦୀପିକାକୁ । ଦୀପାବଳୀ ପାଇଁ ଦୀପିକା ପାଖକୁ ଆସୁଛି ଦିନେଶ ।

ବହୁତ ଜଲଦି ଏକାଠି ହେବେ ଦୀପିକା ଆଉ ସିନେଶ । ଆଉ ଦିନେଶ ଆସିବ ବୋଲି ଦୀପିକା କରି ସାରିଲେଣି ପ୍ରସ୍ତୁତି । ଦିନେଶକୁ ସ୍ୱାଗତ କରିବା ପାଇଁ ଦୀପିକା ରଙ୍ଗୋଲି ଆଙ୍କିବେ । ଦୀପ ବସାଇବେ । କାହିଁକି ନା ଏଇପଟେ ଏଇ ପାହାଚ ଦେଇ ଘର ଭିତରକୁ ଯିବ ଦିନେଶ । ଆଉ ଘର ଭିତରକୁ ଗଲା ପରେ ଦୀପିକାକୁ ବି ପାଛୋଟି ନେବ ଦିନେଶ । ଆଉ ଦୁହେଁ ମିଶି ଦୀପାବଳୀ ମନାଇବେ । ଦୀପର ଆଲୋକରେ ଆଲୋକିତ ହେବ ଏମାନଙ୍କ ହୃଦୟ । ମିଶିଯିବ ଦୁଇ ଆତ୍ମା । ଦୀପାବଳୀ ଆଣିବ ଦିନେଶ-ଦୀପିକା ଜୀବନରେ ଆଲୋକ । ହେଲେ ସତରେ କ’ଣ ଏମିତି ହେବ । ଦୀପାବଳୀ ପାଇଁ ଦିନେଶ ସିନା ଆସିବ ସତରେ ସେ କ’ଣ ଦୀପିକାକୁ ଆପଣେଇ ନେବ ।

ଦର୍ଶକବନ୍ଧୁ, ୯୦ ଦିନ ପରେ ହୋଇଗଲାଣି ଦୀପିକାଙ୍କ ଧାରଣା । ନିଜ ପୁଅକୁ ବାପର ହକ୍ ଦେବା ପାଇଁ ଅହରହ ଚାଲିଛି ଦୀପିକାଙ୍କ ସଂଘର୍ଷ । ଏଇଟା ଗୋଟେ ମା’ର ସଂଘର୍ଷ । ଏଇଟା ଗୋଟେ ପ୍ରେମିକାର ସଂଘର୍ଷ । ଭେସ୍ପା ସୋରୁମରୁ ଆରମ୍ଭ ହୋଇଥିବା ପ୍ରେମ ଏବେ ସାରା ଓଡିଶାରେ ଚହଳ ପକାଇ ସାରିଲାଣି । ଦୀପିକା ଦିନେଶଙ୍କ ପ୍ରେମ କାହାଣୀ ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି । ତେବେ ମହିଳା କମିଶନର ପାଖକୁ ଦୌଡି ଦୌଡି ନୟାନ୍ତ ହୋଇଗଲେଣି ଦୀପିକା । ହେଲେ ନ୍ୟାୟ ମିଳି ପାରୁନି । ଆଉ ଏହାରି ଭିତରେ ଆସୁଛି ଦୀପାବଳୀ । ସାରା ଦେଶ ଆଲୋକର ରଙ୍ଗୀନ ଆଲୁଅରେ ସଜେଇ ହେବ । ଦୀପର ଆଲୁଅରେ ପୋଡିଯିବ ସବୁ ପାପ । ଆଉ ଦିପାବଳୀ ପାଇଁ ଘରକୁ ଆସିବ ଦିନେଶ । ତେବେ ଦିନେଶ ଆସିଲେ ଦୀପିକାଙ୍କୁ ସେ ଆପଣେଇ ନେବ ନା ପୂର୍ବ ଭଳି ରହିବ ଦିନେଶ । ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.