2047 ସୁଦ୍ଧା ବିକଶିତ ଦେଶ ବନିପାରେ ଭାରତ: ରଘୁରାମ ରାଜନ
ଚଳିତବର୍ଷ ଶେଷ ସୁଦ୍ଧା ଭାରତ ବିଶ୍ୱର ଚତୁର୍ଥ ବୃହତ ଜିଡିପି ଦେଶ ହେବ ବୋଲି ଆଶା କରାଯାଉଛି। ଏପଟେ ନୀତି ଆୟୋଗ ପକ୍ଷରୁ କୁହାଯାଇଛି ଯେ ଭାରତ ଏବେ ଜିଡିପି ଅନୁସାରେ ବିଶ୍ୱର ଚତୁର୍ଥ ବୃହତ୍ତମ ଦେଶ ହୋଇସାରିଛି।
ନୂଆଦିଲ୍ଲୀ: ବିକଶିତ ଭାରତ ଆଡ଼କୁ ଦୃତ ଗତିରେ ଆଗ୍ରସର ହେଉଛି ଦେଶ ଚଳିତ ବର୍ଷ ଶେଷ ସୁଦ୍ଧା ବିଶ୍ବର ଚତୁର୍ଥ ବୃହତ ଜିଡିପି ଦେଶ ହେବ ବୋଲି ଆଶା କରାଯାଉଛି । ଯଦିଓ, ନୀତି ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଭାରତ ଏବେ ଜିଡିପି ଅନୁସାରେ ବିଶ୍ବର ଚତୁର୍ଥ ବୃହତମ ଦେଶ ହୋଇସାରିଛି । ମାତ୍ର IMF ବିଶ୍ୱାସ କରେ ଯେ, ଏହି ବର୍ଷ ଶେଷ ସୁଦ୍ଧା ଭାରତ 4 ଟ୍ରିଲିୟନ ଜିଡିପି ବିଶିଷ୍ଟ ଦେଶ ହୋଇଯିବ।
କିପରି ବିକଶିତ ହେବ ଭାରତ?
ଏହି ସମୟରେ ଏହା ମଧ୍ୟ ଆକଳନ କରାଯାଉଛି ଯେ, 2027 ସୁଦ୍ଧା ଭାରତ ଦୃତ ଅଭିବୃଦ୍ଧି ହାର ହାସଲ କରିବ ଏବଂ ବିଶ୍ବର ତୃତୀୟ ବୃହତମ ଅର୍ଥନୀତି ଜର୍ମାନୀକୁ ପଛରେ ପକାଇ ଦେବ । କେବଳ ସେତିକି ନୁହେଁ, ୨୦୪୭ ମସିହା ସୁଦ୍ଧା ଏକ ବିକଶିତ ଦେଶରେ ପରିଣତ ହେବ।
କିନ୍ତୁ ପ୍ରସିଦ୍ଧ ଅର୍ଥନୀତିଜ୍ଞ ଏବଂ ପୂର୍ବତନ RBI ଗଭର୍ଣ୍ଣର ରଘୁରାମ ରାଜନଙ୍କ ଏ ବିଷୟରେ ଭିନ୍ନ ମତ ରହିଛି। ସେ କହିଛନ୍ତି ଯେ ଯଦି ଭାରତକୁ ବିକଶିତ ହେବାକୁ ପଡ଼ିବ, ତେବେ ଅଭିବୃଦ୍ଧି ହାର 8.5 କିମ୍ବା 9 ପ୍ରତିଶତ ହାରରେ ଆଗକୁ ବଢ଼ିବାକୁ ପଡ଼ିବ, କାରଣ ଆମେ ଏବେ ବି ଏକ ତୁଳନାତ୍ମକ ଭାବରେ ଗରିବ ଦେଶ।
ଏକ ଘରୋଇ ଟେଲିଭିଜନ ନ୍ୟୁଜ୍ ଚ୍ୟାନେଲର ଏକ କାର୍ଯ୍ୟକ୍ରମରେ ରଘୁରାମ ରାଜନଙ୍କ ବକ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ବିଶ୍ୱ ଅନିଶ୍ଚିତତା ସତ୍ତ୍ୱେ ଭାରତର GDP ଦୃଢ଼ ଭାବରେ ଠିଆ ହୋଇଛି । 2024-45 ଆର୍ଥିକ ବର୍ଷ ଚତୁର୍ଥ ତ୍ରୈମାସିକରେ GDP ଅଭିବୃଦ୍ଧି 7.4 ପ୍ରତିଶତ ଥିଲା ଏବଂ ଏହି ବର୍ଷ ଏହା 6.5 ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ଏହା ବିଶ୍ୱର ଅନେକ ଶକ୍ତିଶାଳୀ ଅର୍ଥନୀତି ତୁଳନାରେ ମଧ୍ୟ ଏକ ଭଲ ପ୍ରଦର୍ଶନ।
ରଘୁରାମ ରାଜନଙ୍କ ଅନୁଯାଇ ଭାରତର ବର୍ତ୍ତମାନର 6.5 ପ୍ରତିଶତ ଅଭିବୃଦ୍ଧି ହାର ବିଶ୍ୱ ଅର୍ଥନୀତିରେ ଏକ ପ୍ରଭାବଶାଳୀ ଅଭିବୃଦ୍ଧି । ତାର କାରଣ ହେଉଛି, ସରକାର ନିର୍ବାଚନ ସମୟରେ ବହୁଖର୍ଚ୍ଚ ହ୍ରାସ କରିଥିଲେ ।