fbpx
BJD SKY
BJD SKY

ଭାରତ ପାଳିବ ରାଣୀଙ୍କ ପାଇଁ ଶୋକ:ଅର୍ଦ୍ଧନମିତ ରହିବ ଭାରତର ଜାତୀୟ ପତାକା

BJD

ନୂଆଦିଲ୍ଲୀ: ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକରେ ଆଜି ଭାରତରେ ରଷ୍ଟ୍ରୀୟ ଶୋକ ପାଳନ କରାଯିବ । ରାଣୀଙ୍କ ମୃତ୍ୟୁ ପରେ ଭାରତ ଏହି ଦିନିକିଆ ଶୋକ ପାଳନ କରିବ । ରାଣୀଙ୍କ ସମ୍ନାର୍ଥେ ଏହି ଶୋକ ପାଳନ ପାଳନ କରାଯାଉଛି । ତେବେ ଆଜି ଗୋଟିଏ ଦିନ ପାଇଁ ସମଗ୍ର ଦେଶରେ ଅର୍ଦ୍ଧନମିତ ରହିବ ଭାରତର ଜାତୀୟ ପତାକା । ସେହିପରି ଅଜି ସରକାରୀ ଭାବେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ ନାହିଁ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ସୂଚନା ଦିଆଯାଇ ସରିଛି ।

ତେବେ ରାଣୀ ଏଲିଜାବେଥ୍ ଦ୍ୱିତୀୟ ୭୦ ବର୍ଷ ଶାସନ କରିବା ପରେ ସ୍କଟଲ୍ୟାଣ୍ଡର ମାଲମୋରା ରାଜପ୍ରସାଦରେ ଗୁରୁବାର ଦିନ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା । ଆସନ୍ତା ୧୯ ତାରିଖରେ ଭବ୍ୟ ରାଜକୀୟ ଢଙ୍ଗରେ ଦିବଙ୍ଗତ ରାଣୀ ଏଲିଜାବେଥଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.