fbpx

ଟସ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି: ବଡ ପରିବର୍ତ୍ତନ ସହ ସାଉଥ ଆଫ୍ରିକାକୁ ଭେଟିବେ ରୋହିତ

ନୂଆଦିଲ୍ଲୀ: ସାଉଥ ଆପ୍ରିକା ବିପକ୍ଷ ମ୍ୟାଚରେ ଏକ ବଡ ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଦଳର ଅଧିନାୟକ ରୋହିତ ଶର୍ମା । ନେଦରଲାଣ୍ଡ ବିପକ୍ଷ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିବା ଅକ୍ସର ପଟେଲଙ୍କୁ ଏହି ମ୍ୟାଚରେ ବିଶ୍ରାମ ଦେଇଛି ଟିମ ମ୍ୟାନେଜମେଣ୍ଟ । ତାଙ୍କ ସ୍ଥାନରେ ବ୍ୟାଟିଂ ଅଲରାଉଣ୍ଡର ଦୀପକ ହୁଡ୍ଡାଙ୍କୁ ସୁଯୋଗ ଦେଇଛନ୍ତି ରୋହିତ ।

ବିଶ୍ୱକପରେ ନିଜର ତୃତୀୟ ବିଜୟ ଲକ୍ଷ୍ୟରେ ଏକ ବିରାଟ ପରିବର୍ତ୍ତନ କରିଛି ଭାରତ । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଅଲରାଉଣ୍ଡର ଅକ୍ସର ପଟେଲଙ୍କୁ ବିଶ୍ରାମ ଦେଇଛନ୍ତି ରୋହିତ । ନେଦରଲାଣ୍ଡ ବିପକ୍ଷ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିବା ଅକ୍ସରଙ୍କୁ ଏହି ମ୍ୟାଚରେ ସ୍ଥାନ ନ ମିଳିବା କ୍ରିକେଟପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି । ଅକ୍ସର ପଟେଲଙ୍କ ସ୍ଥାନରେ ଦଳରେ ଦୀପକ ହୁଡ୍ଡାଙ୍କୁ ସୁଯୋଗ ଦେଇଛି ଟିମ ଇଣ୍ଡିଆ । ତେବେ ରୋହିତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । କେ ଏଲ ରାହୁଲ ଗତ ଦୁଇଟି ମ୍ୟାଚରେ ନିରାଶାଜନକ ପ୍ରଦର୍ଶନ କରିଥିବା ବେଳେ ଭାରତ ନିଜର ବ୍ୟାଟିଂ ଅର୍ଡରକୁ ଶକ୍ତିଶାଳୀ କରିବାକୁ ଚେଷ୍ଟା କରିଛି । ତେଣୁ ଏହି ମ୍ୟାଚରେ ଓପନିଭ୍ଗ ଯୋଡି ପରିବର୍ତ୍ତନ ହୋଇପାରନ୍ତି ବୋଲି ଆଶା କରାଯାଉଛି । ରାହୁଲଙ୍କ ସ୍ଥାନରେ ରୋହିତଙ୍କ ସହ ବିରାଟ କିମ୍ବା ଦୀପକ ପାଳି ଆରମ୍ଭ କରିପାରନ୍ତି ।

ସେହିପରି ଅନ୍ୟ ପକ୍ଷରେ ଦକ୍ଷିଣ ଆଫ୍ରିକା ଦଳରେ ମଧ୍ୟ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ପର୍ଥ ମଇଦାନର ପରିସ୍ଥିତିକୁ ଦେଖି ଦଳରେ ଆଉ ଜଣେ ପେସ ବୋଲରଙ୍କୁ ସ୍ଥାନ ଦେଇଛନ୍ତି । ଏହି ମ୍ୟାଚରେ ଦଳର ଷ୍ଟାର ବୋଲର ଲୁଙ୍ଗି ଏନଗିଡି ପୁଣିଥରେ ଦଳକୁ କମବ୍ୟାକ କରିଛନ୍ତି । ତେବେ ଏଥିପାଇଁ ତବରେଜ ସାମ୍ସିଙ୍କୁ ଏହି ମ୍ୟାଚରେ ବାହାରେ ବସିବାକୁ ପଡିଛି । ଅନ୍ୟ ମ୍ୟାଚଗୁଡିକ ପରି ଭାରତ-ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ମ୍ୟାଚ ମଧ୍ୟ ଖୁବ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି ।

ଭାରତର ପ୍ଲେଇଙ୍ଗ ୧୧:-

ରୋହିତ ଶର୍ମା(ଅଧିନାୟକ), କେ. ଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ(ୱିକେଟ କିପର), ରବିଚନ୍ଦ୍ରନ ଅଶ୍ୱୀନ, ଭୁବନେଶ୍ୱର କୁମାର, ମହମ୍ମଦ ଶାମୀ, ଅର୍ଶଦୀପ ସିଂହ ।

ଦକ୍ଷିଣ ଆଫ୍ରିକା ପ୍ଲେଇଙ୍ଗ ୧୧:

କ୍ୱିଣ୍ଟନ ଡି କକ୍(ୱିକେଟ କିପର), ତେମ୍ବା ବାଭୂମା(ଅଧିନାୟକ), ରିଲି ରୁଷୋ, ଆଡେନ ମାର୍କରମ, ଡାଭିଡ ମିଲର, ଟ୍ରିଷ୍ଟନ ଷ୍ଟବ୍ସ, ୱେନ ପାର୍ଣ୍ଣେଲ, କେଶବ ମହାରାଜ, କାଗିସୋ ରାବାଡା, ଲୁଙ୍ଗି ଏନଗିଡି, ଏନରିକ ନୋକିଆ ।

Get real time updates directly on you device, subscribe now.