fbpx
BJD
BJD SKY
BJD SKY

T 20 WC-2022: ଜିମ୍ବାୱେ ବିପକ୍ଷରେ ବାଂଲାଦେଶ ମ୍ୟାଚ ଜିତିବା ପରେ ପୁଣି ଖେଳ ଆରମ୍ଭ କଲେ ଅମ୍ପାୟାର, କାହିଁକି?

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ-୨୦୨୨ ଏବେ ରୋମାଞ୍ଚକର ରୂପ ନେଇଛି । ପ୍ରତ୍ୟେକ ମ୍ୟାଚକୁ ନେଇ ଏବେ କ୍ରିକେଟପ୍ରେମୀଙ୍କ ଆଶା ବୃଦ୍ଧି ପାଇବାରେ ଲାଗିଛି । ଆଜିର ବାଂଲାଦେଶ-ଜିମ୍ବାୱେ ମ୍ୟାଚରେ ଠିକ ସେମିତି ଏକ ଘଟଣା ଦେଖିବାକୁ ମିଳିଛି । ବୋଧହୁଏ ବିଶ୍ୱକପ ଇତିହାସରେ ଏହା ପ୍ରଥମ ମ୍ୟାଚ ହୋଇପାରେ । ମ୍ୟାଚ ସରିବା ପରେ ହଠାତ ପୁଣିଥରେ ଏହି ମ୍ୟାଚକୁ ଆରମ୍ଭ କରିଥିଲେ ଥାର୍ଡ ଅମ୍ପାୟାର । ଶେଷ ବଲରେ ମ୍ୟାଚର ସବୁ ଡ୍ରାମା ଦେଖାଯାଇଛି । ବାଂଲାଦେଶ ବିଜୟୀ ହେବା ପରେ ପୁଣି କାହିଁକି ଖେଳ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେକୁ ୧୫୧ ରନର ଲକ୍ଷ୍ୟ ଦେଇଥିଲା । ଏହାର ପିଛା କରି ଜିମ୍ବାୱେ ୧୪୭ ରନ ପର୍ଯ୍ୟନ୍ତ ହିଁ ପହଞ୍ଚି ପାରିଥିଲା । ଫଳରେ ମ୍ୟାଚକୁ ବାଂଲାଦେଶ ୩ ରନରେ ବିଜୟୀ ହୋଇଛି । ତେବେ ଏହି ମ୍ୟାଚରେ ଜବରଦସ୍ତ ଡ୍ରାମା ଦେଖିବାକୁ ମିଳିଥିଲା ଶେଷ ବଲରେ । ଜିମ୍ବାୱେ ବିପକ୍ଷ ଏହି ମ୍ୟାଚରେ ମଧ୍ୟ ଛୋଟ ଭୁଲ ପାଇଁ ବିପଦ ମୁହଁକୁ ଚାଲିଯାଇଥିଲା ବାଂଲାଦେଶ । ଜିମ୍ବାୱେକୁ ଶେଷ ଓଭରରେ ୧୬ ରନ ଆବଶ୍ୟକ ରହିଥିଲା । କିନ୍ତୁ ଜିମ୍ବାୱେ ବ୍ୟାଟ୍ସମ୍ୟାନ ୧୨ ରନ ବନାଇବାରେ ସଫଳ ହୋଇଛି ।

ଶେଷ ବଲରେ ମୁଜରବାନୀଙ୍କୁ ବାଂଲାଦେଶର କିପର ନରୁଲ ଷ୍ଟମ୍ପ ଆଉଟ କରିଥିଲେ ଏବଂ ମ୍ୟାଚ ବିଜୟର କୁସି ମନାଇଥିଲେ । ସେହିପରି ଉଭୟ ଦଳର ଖେଳାଳି ନିଜ ନିଜ ଭିତରେ ହାତ ମିଳାଇ ମଧ୍ୟ ଚାଲିଯାଉଥିଲେ । କିନ୍ତୁ ମ୍ୟାଚର ଅସଲି ଟ୍ୱିଷ୍ଟ ଆଣିଛନ୍ତି ଥାର୍ଡ ଅମ୍ପାୟାର । ଷ୍ଟମ୍ପ କରିବା ପାଇଁ ନରୁଲ ୱିକେଟ ପୂର୍ବରୁ ବଲ କଲେକ୍ଟ କରିଥିବା ଟିଭି ଅମ୍ପାୟାର ସ୍ପଷ୍ଟ କରିଥିଲେ । ଫଳରେ ଏହି ଶେଷ ବଲକୁ ପୁଣିଥରେ ଫିଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅବଶ୍ୟ ଏହା ଫ୍ରିହିଟ ଥିଲେ ମଧ୍ୟ ବ୍ୟାଟ୍ସମ୍ୟାନ ଏହାର ଫଇଦା ଉଠାଇପାରି ନାହାନ୍ତି । ତେବେ ଏହ ମ୍ୟାଚରେ ଗୋଟିଏ ବି ରନ ନହେବାରୁ ବାଂଲାଦେଶ ଏହି ମ୍ୟାଚ ଉପରେ କବଜା କରିଛି ।

କିନ୍ତୁ ଏହି ମ୍ୟାଚରେ ବାଂଲାଦେଶ ବିଜୟୀ ହୋଇଥିଲେ ବି ୱିକେଟ କିପରଙ୍କ ଛୋଟ ଭୁଲ ତାଙ୍କ ପାଇଁ ପରାଜୟର କାରଣ ପାଲଟିଥାନ୍ତା । ତେବେ ଆଇସିସି ନିୟମ ଅନୁସାରେ, ଜଣେ ୱିକେଟ କିପର ଷ୍ଟମ୍ପ ପୂର୍ବରୁ ବଲକୁ କଲେକ୍ଟ କରିପାରିବେ ନାହିଁ । ତେଣୁ ଏହି ବଲକୁ ଅମ୍ପାୟାର ନୋ ବଲ ବୋଲି ଘୋଷଣା କରିଛନ୍ତି ।

Get real time updates directly on you device, subscribe now.