fbpx

ପୁଣି ଭାରତ-ପାକିସ୍ତାନ ହେବେ ମୁହାଁମୁହିଁ: ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ଓହ୍ଲାଇବ ରୋହିତ ବାହିନୀ

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ ଭାରତ ୧୦ ୱିକେଟରେ ପରାସ୍ତ ହୋଇଥିଲା । ଭାରତ-ପାକ୍ ମ୍ୟାଚକୁ ସର୍ବଦା ଦର୍ଶକମାନେ ଉତ୍ସୁକତାର ସହ ଚାହିଁ ବସିଥାନ୍ତି । ତେବେ ବିରାଟ କୋହିଲିଙ୍କ ପରେ ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବାରୁ ଏହା ରୋହିତଙ୍କ ପାଇଁ ଏକ ଚ୍ୟାଲେଞ୍ଜପୂର୍ଣ୍ଣ ହେବ । ଆସନ୍ତା ବର୍ଷ ସେପ୍ଟେମ୍ବର ମାସରେ ଏହି ମହାମୁକାବିଲାର ଆୟୋଜନ ହେବ ବୋଲି ଜଣାପଡ଼ିଛି ।

ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଆସନ୍ତା ବର୍ଷ ଏସିଆ କପର ଆୟୋଜନ ଶ୍ରୀଲଙ୍କାରେ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ଏସିଆ ମହାଦେଶର ସମସ୍ତ ଦେଶ ଭାଗ ନେଉଥିବାରୁ ଭାରତ-ପାକ୍ ମଧ୍ୟ ଅଂଶଗ୍ରହଣ କରିବେ । କିଛି ଦିନ ପୂର୍ବରୁ ଏସୀୟ କ୍ରିକେଟ ପରିଷଦ (ଏସିସି) ବୈଠକରେ ଏନେଇ ଆଲୋଚନା ହୋଇଥିଲା । ସେହିପରି ୨୦୨୩ର ଏସିଆ କପ୍ ପାକିସ୍ତାନରେ ହେବାକୁ ଥିବାବେଳେ ଭାରତ ସେଠାକୁ ଯିବା ନେଇ ଏବେ ବି ଦ୍ୱନ୍ଦ୍ୱ ରହିଛି । ଆସନ୍ତା ବର୍ଷ ଏସିଆ କପ୍ ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବ । ଏସିଆ କପରେ ପାକିସ୍ତାନ ୬ଟିରୁ ୫ଟିରେ ଜିତିଥିବା ବେଳେ ଭାତର ୫ଟିରୁ ୩ଟି ମ୍ୟାଚରେ ଜିତିଛି । ମୋଟ ଉପରେ ଦୁଇଦେଶ ମଧ୍ୟରେ ହୋଇଥିବା ୯ଟି ମ୍ୟାଚରୁ ଭାରତ ୭ଟିରେ ଓ ପାକ୍ ୨ଟିରେ ବିଜୟ ଲାଭ କରିଛନ୍ତି । ଭାରତ ୨୦୦୭ରେ ଓ ପାକିସ୍ତାନ ୨୦୦୯ରେ ଟି-୨୦ ବିଶ୍ୱକପ୍ ହାସଲ କରିଥିଲା ।

Get real time updates directly on you device, subscribe now.