fbpx
BJD SKY
BJD SKY

ମହିଳା ବିଶ୍ୱକପରେ ସାମ୍ନାସାମ୍ନି ହେବେ ଭାରତ-ପାକିସ୍ତାନ

BJD

ନୂଆଦିଲ୍ଲୀ: ଆସନ୍ତା ୪ ତାରିଖରୁ ଆରମ୍ଭ ହେଉଛି ଆଇସିସି ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ୍ । ଚଳିତ ସଂସ୍କରଣରେ ମୋଟ ୮ଟି ଦଳ ଭାଗ ନେଉଛନ୍ତି । ସେମାନଙ୍କ ମଧ୍ୟରେ ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ଭାରତ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ରହିଛନ୍ତି । ଲିଗ୍ ପର୍ଯ୍ୟାୟରେ ୮ଟି ଦଳ ପରସ୍ପର ବିରୋଧରେ ୭ଟି ଲେଖାଏଁ ମ୍ୟାଚ ଖେଳିବେ । ପଏଣ୍ଟ ଟେବୁଲର ପ୍ରଥମ ୪ଟି ଦଳ ସେମିରେ ପ୍ରବେଶ କରିବେ । ୧ ନମ୍ବର ଦଳ ୪ ନମ୍ବର ସହିତ ଓ ଦୁଇ ନମ୍ବର ଦଳ ୩ ନମ୍ବର ସହିତ ସେମିଫାଇନାଲରେ ଭେଟାଭେଟି ହେବେ ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବିଶ୍ୱକପରେ ପୁଣି ଥରେ ଭାରତ-ପାକ୍ ଟକ୍କର ଦେଖିବାକୁ ମିଳିବ । ଆସନ୍ତା ୬ତାରିଖରେ ଭାରତ ପାକିସ୍ତାନକୁ, ୧୦ରେ ନ୍ୟୁଜିଲାଣ୍ଡକୁ, ୧୨ରେ ୱେଷ୍ଟଇଣ୍ଡିଜକୁ, ୧୬ରେ ଇଂଲଣ୍ଡକୁ, ୧୯ରେ ଅଷ୍ଟ୍ରେଲିଆକୁ, ୨୨ରେ ବାଂଲାଦେଶକୁ, ୨୮ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ।

Get real time updates directly on you device, subscribe now.