fbpx

ରୁଷ ଉପରେ କାର୍ଯ୍ୟାନୁଷ୍ଠାନ ଜାରି: ଫିଫା ପରେ ବିଶ୍ୱ ରଗବି ମଧ୍ୟ ରୁଷକୁ କଲା ବ୍ୟାନ୍

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧକୁ ୫ ଦିନ ବିତିଯାଇଛି । ଆକ୍ରମଣ ନିଷ୍ପତ୍ତି ନେବା ପରଠାରୁ ରୁଷ ଉପରେ ଅନେକ ଅନ୍ତର୍ଜାତୀୟ ସଂସ୍ଥା କାର୍ଯ୍ୟାନୁଷ୍ଠାନ ନେବାରେ ଲାଗିଛନ୍ତି । ପ୍ରାୟତଃ ସବୁ ଦେଶ ରୁଷର ଆକ୍ରମଣକୁ ଭୁଲ ବୋଲି ଦର୍ଶାଇ ପ୍ରତିକ୍ରିୟା ଦେଉଛନ୍ତି । ଏବେ କ୍ରୀଡା ସଂସ୍ଥାନ ଗୁଡ଼ିକ ମଧ୍ୟ ପୁଟିନ ସରକାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି । ୟୁଇଏଫଏ, ଆଇଓସି, ଫିଫା ପରେ ବିଶ୍ୱ ରଗବି ମଧ୍ୟ ରୁଷ ଓ ତାର ଆଥଲେଟ୍ ଙ୍କ ଉପରେ ବ୍ୟାନ୍ ଲଗାଇଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ବ୍ୟାନ ହଟାଯିବ ନାହିଁ ବୋଲି କହିଛନ୍ତି ସମସ୍ତ ଅନ୍ତର୍ଜାତୀୟ କ୍ରୀଡା ସଂସ୍ଥାନ ।

ବିଶ୍ୱ ରଗବି ପକ୍ଷରୁ ଲଗାଯାଇଥିବା ପ୍ରତିବନ୍ଧକ ପରେ ରୁଷ ଓ ବେଲାରୁସ ର ଟିମ୍ କୌଣସି ବି ଇଣ୍ଟରନ୍ୟାସନାଲ୍ ମ୍ୟାଚ୍ ରେ ଭାଗ ନେଇପାରିବେ ନାହିଁ । ସବୁ ଆଡୁ ରୁଷ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ନିଷ୍ପତ୍ତି ୍ରପରେ ଦୁଇ ଦେଶ(ରୁଷ ଓ ବେଲାରୁସ)ର ଟିମ୍ ୨୦୨୩ରେ ଫ୍ରାନ୍ସରେ ରଗବି ବିଶ୍ୱକପ୍ ପାଇଁ କ୍ୱାଲିଫାଇ କରିବାର ଚାନ୍ସ ପ୍ରାୟ ସରିଯାଇଛି । ୟୁଇଏଫଏ ରୁଷ ଓ ବେଲାରୁସ ଉପରେ ବ୍ୟାନ୍ ଲଗାଇ ସବୁ ପ୍ରକାର ଲିଗ୍ ଓ ଇଣ୍ଟରନ୍ୟାସନାଲ୍ ମୁକାବିଲାରେ ଭାଗୀଦାରୀ ଉପରେ ପ୍ରତିବନ୍ଧ ଲଗାଇଛନ୍ତି ।

ଅନ୍ୟପଟେ ଅନ୍ତଜାର୍ତୀୟ ଅଲିମ୍ପିକ୍ ସମିତି(ଆଇଓସି)ର କାର୍ଯ୍ୟକାରୀ ବୋର୍ଡ(ଇବି) ପକ୍ଷରୁ ଦୁନିଆର ସମସ୍ତ ଅନ୍ତରାଷ୍ଟ୍ରୀୟ କ୍ରୀଡା ସଂଘ ଓ ଇଭେଣ୍ଟ୍ ଆୟୋଜକଙ୍କୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରୁ ରୁଷ ଓ ବେଲାରୁସୀ ଆଥଲେଟ୍ ଙ୍କ ସହିତ ଅଧିକାରୀଙ୍କୁ ସାମିଲ ନ କରାଯାଉ ବୋଲି ସୁପାରିଶ କରାଯାଇଛି ।

Get real time updates directly on you device, subscribe now.