fbpx

Russia-Ukraine War: ଲାଇଭ୍ ବୋମାମାଡ଼ର ଦୃଶ୍ୟ ଦେଖାଇଲେ ବାଲେଶ୍ୱରର ଡାକ୍ତରୀ ଛାତ୍ର, ଦେଖନ୍ତୁ Video

ଖାରକିଭ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ୟୁକ୍ରେନର ରାଜଧାନୀ କିଭ ଆଡକୁ ରୁଷ ନିଜର ବିଶାଳ ସେନା ନେଇ ଆଗେଇବାରେ ଲାଗିଛି । ଏହାର ଖୁଲାସା ସାଟେଲାଇଟରୁ ହୋଇଛି । ଅପରେସନ ଗଙ୍ଗା ଅଧୀନରେ ଏୟାର ଇଣ୍ଡିଆର ସପ୍ତମ ବିମାନ ୟୁକ୍ରେନରୁ ୧୮୨ ଭାରତୀୟଙ୍କ ମୋକାନିୟାର ମାର୍ଗ ଦେଇ ମୁମ୍ବାଇ ଆଣୁଛି । ଏବେବି ୟୁକ୍ରେନରେ ଅନେକ ଭାରତୀୟ ଫସିଥିବା ବେଳେ ସେମାନେ ନିଜ ଜୀବନ ବଞ୍ଚାଇବାକୁ ମେଟ୍ରୋ ଭଳି ସ୍ଥାନରେ ରହିଛନ୍ତି । ଏହାରି ମଧ୍ୟରେ ୟୁକ୍ରେନରେ ଫସିଥିବା ଜଣେ ଓଡିଆଙ୍କ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଲାଇଭ୍ ବୋମାମାଡ଼ର ଦୃଶ୍ୟ ଦେଖାଇଛନ୍ତି ।

ତେବେ ବାଲେଶ୍ୱର ଡାକ୍ତରୀ ଛାତ୍ର ବିବେକାନନ୍ଦ ପାତ୍ର ନିଜ ମୋବାଇଲରୁ ଲାଇଭ ଭିଡିଓ କରି ସେୟାର କରିଛନ୍ତି । ସେ ଖାରକିଭର ସ୍ୱପ୍ନାନଗରର ଏକ ମେଟ୍ରୋ ତଳେ ରହିଥିବା ବେଳେ ବାହାରେ ଟ୍ୟାଙ୍କଗୁଡ଼ିକ ଯାଉଥିବା କହିଛନ୍ତି । ନିଜକୁ ସୁରକ୍ଷିତ ୟୁକ୍ରେନବାସୀମାନେ ବି ମେଟ୍ରୋରେ ରହିଛନ୍ତି । ମେଟ୍ରୋକୁ ଚାରିପଟୁ ଲୁହାରେ ଗେଟରେୁ ବନ୍ଦ କରାଯାଇଛି । ଲୋକମାନେ ଅଧିକ ଥିବା ବେଳେ ଖାଇବା ବି ଧିରେ ଧିରେ ସରିବାରେ ଲାଗିଛି । ପ୍ରଶାସନ ଖୁବଶୀଘ୍ର ଉଚିତ୍ ପଦକ୍ଷେପ ନେଉ ବୋଲି ବିବେକାନନ୍ଦ ଭିଡିଓରେ କହିଛନ୍ତି । ଏହା ସହ ତାଙ୍କ ପାଖରେ ଥିବା କିଛି ବୋମାମାଡ଼ର ସେ ଭିଡିଓ ସେୟାର କରିଛନ୍ତି ।

 

Get real time updates directly on you device, subscribe now.