fbpx
BSKY
BJD YOUTH SKY
BJD MS SKY

ପୋଷ୍ଟାଲରେ ଚାକିରି କରିବାକୁ ଚାହାଁନ୍ତିକି : ୮ମ ପାସ୍‌ କରିଥିଲେ କରନ୍ତୁ ଆବେଦନ, ଦରମା ୬୫ ହଜାର

ନୂଆଦିଲ୍ଲୀ: ପୋଷ୍ଟାଲରେ ଚାକିରି କରିବାକୁ ଚାହାଁନ୍ତିକି ? ଭାରତୀୟ ଡାକରେ ଚାକିରି କରିବାକୁ ଇଚ୍ଛା ରଖିଥିବା ଯୁବପିଢିଙ୍କ ପାଇଁ ଆସିଛି ଖୁସି ଖବର । ଇଣ୍ଡିଆ ପୋଷ୍ଟ ପକ୍ଷରୁ ଜାରି ହୋଇଛି ନୋଟିଫିକେସନ। ଭାରତୀୟ ଡାକ ନିଜ ଅଫିସିଆଲ ୱେବସାଇଟ indiapost.gov.in ରେ ଏମବି ମେକାନିକ, ଏମବି ଇଲେକ୍ଟ୍ରିସିଆନ, କପର ଆଣ୍ଡ ଟିନସ୍ମିଥ, ଅପହୋଲଷ୍ଟର ପଦବୀ ଖାଲି ନେଇ ନୋଟିଫିକେସନ ଜାରି କରିଛି ।

ଏହାସହିତ ବିଭିନ୍ନ ଟ୍ରେଡ ପାଇଁ ଜେନେରାଲ ସେଣ୍ଟ୍ରାଲ ସର୍ଭିସ ଗ୍ରୁପ ସି ନନ୍‌ ଗ୍ୟାଜେଟେଡ୍‌, ନନ୍‌ ମିନିଷ୍ଟ୍ରିଆଲ ଅଧିନରେ କୁଶଳୀ କାରିଗର ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରାଯାଇଛି। ଏହି ପଦବୀ ପାଇଁ ଆବେଦନ ଜମା କରିବାର ଶେଷ ତାରିଖ ୯ ଜାନୁଆରୀ ୨୦୨୩ ରହିଛି। ପ୍ରାର୍ଥୀ ନିଜର ଆବେଦନ ଫର୍ମ ଜମା କରିବା ପୂର୍ବରୁ ନୋଟିଫିକେସନ ଭଲ ଭାବେ ପଢିନେବା ଉଚିତ ।

ପଦବୀ ବିବରଣୀ :

ଏମବି ମେକାନିକ : ୪
ଏମବି ଇଲେକ୍ଟ୍ରିସିଆନ(ସ୍କିଲଡ) : ୧
କପର ଆଣ୍ଡ ଟିନସ୍ମିଥ : ୧
ଅପହୋଲଷ୍ଟର : ୧

ଶିକ୍ଷାଗତ ଯୋଗ୍ୟତା : ସରକାର ଦ୍ୱାରା ମାନ୍ୟତାପ୍ରାପ୍ତ କୌଣସି ଟେକ୍ନିକାଲ ଇନଷ୍ଟିଚ୍ୟୁଟରୁ ସମ୍ବନ୍ଧୀୟ ଟ୍ରେଡରେ ପ୍ରମାଣପତ୍ର କିମ୍ବା ସମ୍ବନ୍ଧୀୟ ଟ୍ରେଡରେ ୧ ବର୍ଷର ଅଭିଜ୍ଞତା ଥିବା ଜରୁରୀ। ଏହାଛଡା ୮ମ ପାସ୍‌ କରିଥିବା ଜରୁରୀ।
ପ୍ରାର୍ଥୀ ଏମବି ମେକାନିକ ଟ୍ରେଡ ପାଇଁ ଆବେଦନ କରିପାରିବେ। ତାଙ୍କ ପାଖରେ କୌଣସି ବାହନ ଚଲାଇବା ପାଇଁ ବୈଧ ଡ୍ରାଇଭିଂ ଲାଇସେନ୍ସ (ଏଚଏମଭି) ରହିବା ଜରୁରୀ।

ବୟସ ସୀମା : ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ହେବା ଜରୁରୀ। ସେହିପରି ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୦ ବର୍ଷ ହେବା ଜରୁରୀ। ସରକାରୀ ନିୟମ ମୁତାବକ ବୟସ ସୀମାରେ ରିହାତି ମିଳିବ।

ଦରମା : ଏହି ପଦରେ ଚାକିରି ପାଇବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କୁ ମାସିକ ୧୯,୯୦୦ ଟଙ୍କାରୁ ଆରମ୍ଭ କରି ୬୩,୨୦୦ ଟଙ୍କା ଦରମା ମିଳିବ। ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ଚୟନ କମ୍ପିଟେଟିଭ ଟ୍ରେଡ ଟେଷ୍ଟ ଆଧାରରେ କରାଯିବ।

ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ନିଜର ଆବେଦନ ଫର୍ମ ଏହି ଠିକଣାକୁ ସ୍ପିଡ ପୋଷ୍ଟ କିମ୍ବା ରେଜିଷ୍ଟର ଡାକ ମାଧ୍ୟମରେ ପଠାଇବାକୁ ଅନୁରୋଧ ।

The Senior Manager (JAG), Mail Motor Service, No.37, Greams Road, Chennai- 600 006′. 600006′

ଆପଣ ଯଦି ଗୋଟେରୁ ଅଧିକ ଟ୍ରେଡ ପାଇଁ ଆବେଦନ କରିଛନ୍ତି, ତେବେ ପ୍ରତ୍ୟେକ ଟ୍ରେଡ ପାଇଁ ଅଲଗା ଅଲଗା ଆବେଦନ ଫର୍ମ ଅଲଗା ଅଲଗା ଲଫାଫାରେ ପଠାଇବାକୁ ଅନୁରୋଧ। ଏହାଛଡା ଲଫାଫା ଉପରେ ସ୍ପଷ୍ଟ ଭାବେ ଲେଖିବା ଜରୁରୀ।

Get real time updates directly on you device, subscribe now.