fbpx
BSKY SKY
BSKY SKY

(Video) ସପନା ଚୌଧୁରୀ ଗୀତରେ ନାଚିଲେ ବିଧାୟିକା, ଅଭଦ୍ର ଟିପ୍ପଣୀ ପରେ ହଙ୍ଗାମା

BSKY

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଦମୋହରେ ବିଏସପିର ଚର୍ଚ୍ଚିତ ବିଧାୟିକା ରାମବାଇ ସିଂ ସବୁବେଳେ ନିଜର କାର୍ଯ୍ୟକଳାପ ପାଇଁ ଚର୍ଚ୍ଚାରେ ରୁହନ୍ତି । କିନ୍ତୁ ଏଥର ଭାଇରାଲ ଭିଡିଓ ଯୋଗୁଁ ଚର୍ଚ୍ଚାକୁ ଆସିଛନ୍ତ । ତେବେ ବିଧାୟିକା ରାମାବାଇଙ୍କ ଡ୍ୟାନ୍ସ ଭିଡିଓ ହଙ୍ଗାମାର କାରଣ ପାଲଟିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଜଣେ ଯୁବକ ଅଭଦ୍ର ଟିପ୍ପଣୀ ଦେଇଛନ୍ତି । ଏହା ପରେ ରାମବାଇଙ୍କ ସମର୍ଥକମାନେ ରାଗିଯାଇଛନ୍ତି ।

ରିପୋର୍ଟ ଅନୁସାରେ, ଜଣେ ଯୁବକ ଫେସବୁକରେ ବିଧାୟିକା ରାମବାଇଙ୍କ ବିରୋଧରେ ବିବାଦୀୟ ବୟାନ କରିଛନ୍ତି । ଏହା ପରେ ତାଙ୍କ ସମର୍ଥକମାନେ ରାଗିଯାଇଛନ୍ତି । ସୂଚନା ଅନୁସାରେ, ବିଏସପି ବିଧାୟିକା ରାମବାଇ ସିଂଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ସେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ବିଧାୟିକା ନିଜର ପାରିବାରିକ କାର୍ଯ୍ୟକ୍ରମରେ ସପନା ଚୌଧୁରୀ ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି ।

ଏହି ଭିଡିଓ ଜବରଦସ୍ତ ଭାଇରାଲ ହୋଇଛି, କିନ୍ତୁ ତାଙ୍କ ଅଞ୍ଚଳର ଜଣେ ଯୁବକ ଏହି ଭିଡିଓରେ ଅଭଦ୍ର ଟିପ୍ପଣୀ ଦେଇଛନ୍ତି । ଏହା ପରେ ହଙ୍ଗାମା ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ହୋଇଥିବା ଏହି ଟିପ୍ପଣୀକୁ ନେଇ ଶୁକ୍ରବାର ଦିନ ପଥରିଆ ପୋଲିସ ଥାନାରେ ରାମବାଇଙ୍କ ସମର୍ଥକ ହଙ୍ଗାମା କରିବା ସହ ଅଭିଯୁକ୍ତ ଯୁବକ ଉପରେ ମାମଲା ରୁଜୁ କରିବାକୁ ଦାବି କରିଥିଲେ । ଶେଷରେ ପୋଲିସ ଅଭିଯୁକ୍ତ ଯୁବକଙ୍କ ନାଁରେ ମାମଲା ରୁଜୁ କରିଛି ।

Get real time updates directly on you device, subscribe now.