fbpx

ଇଣ୍ଡିଆନ ରେଲୱେର ବଡ଼ ଘୋଷଣା: ଟ୍ରେନରେ ଯାତ୍ରୀମାନେ ଆମିଷ ଖାଇପାରିବେନି କି ନେଇପାରିବେନି

ନୂଆଦିଲ୍ଲୀ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯାତ୍ରୀଙ୍କ ପାଇଁ ଏକ ନୂଆ ଘୋଷଣା କରିଛନ୍ତି । ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ସୂଚନା ରହିଛି । ଦିଲ୍ଲୀ-କଟରା ବନ୍ଦେ ଭାରତ ଟ୍ରେନରେ ଏଣିକି ନନ-ଭେଜ ଖାଇବା ଓ ନେବା ବାରଣ କରାଯାଇଛି । ବନ୍ଦେ ଭାରତକୁ ଦେଶର ପ୍ରଥମ ସାତ୍ୱିକ ସାର୍ଟିଫିକେଟ ମିଳିଛି । ଅର୍ଥାତ ଏବେ ଏହି ଟ୍ରେନ ସମ୍ପୂର୍ଣ୍ଣ ଭାବେ ସ୍ୱଚ୍ଛ ଓ ନିରାମିଷ ଅଟେ ।

ଭାରତୀୟ ରେଲୱେ ପକ୍ଷରୁ ଏନେଇ ଶୁଭାରମ୍ଭ କରାଯାଇଛି । ଖାଦ୍ୟ ପ୍ରଦାନକାରୀ ସଂସ୍ଥା ଆଇଆରସିଟିସି ଓ ଭାରତୀୟ ସାତ୍ୱିକ ପରିଷଦ ପକ୍ଷରୁ ଏନେଇ ବୁଝାମଣା ହୋଇଛି । ଯାତ୍ରୀମାନେ ନିଜ ପକ୍ଷରୁ ମଧ୍ୟ ଏହି ଟ୍ରେନରେ ଆମିଷ ସେବନ କରିପାରିବେ ନାହିଁ । ତେବେ ଆଗକୁ ଧୀରେଧୀରେ ଧାର୍ମିକ ସ୍ଥଳକୁ ଯାଉଥିବା ଅନ୍ୟ ଟ୍ରେନଗୁଡ଼ିକୁ ମଧ୍ୟ ସାତ୍ୱିକ କରାଯିବ ।

ସାଧାରଣ ଭାବେ, ଟ୍ରେନରେ ଯାତ୍ରା ସମୟରେ ଅନେକ ଯାତ୍ରୀଙ୍କୁ ପରସା ଯାଉଥିବା ଖାଦ୍ୟ ପସନ୍ଦ ଆସିନଥାଏ । ଟ୍ରେନରେ ଦିଆଯାଉଥିବା ଖାଦ୍ୟ ସମ୍ପୂର୍ଣ୍ଣ ଭାବେ ନିରାମିଷ ଆଉ ସ୍ୱଚ୍ଛ କି ନା ସେ ନେଇ ସେମାନେ ଦ୍ୱନ୍ଦ୍ୱରେ ରହିଥାନ୍ତି । ଟ୍ରେନରେ ଖାଦ୍ୟ ପ୍ରସ୍ତୁତି ସମୟରେ ପରିଷ୍କାର ପରିଚ୍ଛନ୍ନତା ଦିଗ ପ୍ରତି ଦୃଷ୍ଟି ଦିଆଯାଉଛି କି ନା ତାହା ମଧ୍ୟ ଅନେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ । ଏପରି ସ୍ଥଳେ ଯାତ୍ରୀଙ୍କର ସନ୍ଦେହକୁ ଦୂର କରିବାକୁ ଭାରତୀୟ ରେଳବାଇ ସାତ୍ୱିକ ଟ୍ରେନର ଶୁଭାରମ୍ଭ କରିଛି ।

Get real time updates directly on you device, subscribe now.