fbpx
BSKY
BJD MC SKY
BJD YOUTH SKY

iPhone-13 ଦାମରେ ମିଳିବ iPhone-14? Apple କମ୍ପାନୀର ପ୍ଲାନ ଲିକ…

ଚଳିତବର୍ଷ ଆପଲ କମ୍ପାନୀ ଲଞ୍ଚ କରିବ ଆଇଫୋନ-୧୪ । ତେବେ ଆପଲ ଯଦି ନିଜ ପ୍ରତିବର୍ଷର ଟାଇମଲାଇନକୁ ଫଲୋ କରେ, ତେବେ ଏହି ଫୋନ ଆସନ୍ତା ସେପ୍ଟେମ୍ବର ମାସରେ ଲଞ୍ଚ ହୋଇପାରେ । ତେବେ କମ୍ପାନୀ ତରଫରୁ ଏହାର ଲଞ୍ଚିଂକୁ ନେଇ କୌଣସି ସୂଚନା ମିଳିନାହିଁ । କିନ୍ତୁ ଏହାକୁ ନେଇ ଆପଲ କମ୍ପାନୀର ଏକ ରିପୋର୍ଟ ଲିକ୍ ହୋଇଯାଇଛି । ଆଇଫୋନ୍ ୧୪ ମୋବାଇଲର ଦାମକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା ।

ଆପଲର ଏହି ଅପକମିଙ୍ଗ ସିରିଜ ପାଇଁ ଏହି ଆଲୋଚନା ଆଇଫୋନ-୧୩ ସିରିଜ ଲଞ୍ଚ ହେବା ପରଠୁ ଆରମ୍ଭ ହୋଇଯାଇଛି । ତେବେ ଏହାକୁ ନେଇ ଆଉ ଏକ ରିପୋର୍ଟ ଲିକ୍ ହୋଇଥିବା କୁହାଯାଉଛି । ଆପଲ ଏହି ଆଇଫୋନ-୧୩ ଦାମରେ ହିଁ ଅଇଫୋନ-୧୪ ଲଞ୍ଚ କରିବ ବୋଲି ଅନୁମାନ କରାଯାଉଛି । ଅର୍ଥାତ ନୂଆ ମଡେଲର ପ୍ରଥମ ଦାମ୍ ୮୦ ହଜାର ହୋଇପାରେ । ତେବେ ଏହି ସିରିଜରେ କୌଣସି ମିନି ଭର୍ସନ ଲଞ୍ଚ କରିବ ନାହିଁ ଆପଲ ।

ଷ୍ଟାଣ୍ଡାର୍ଡ ମଡେଲ ଏବଂ ଆଇଫୋନ-୧୪ ପ୍ରୋ ମଧ୍ୟରେ ମେକ୍ସ ଭାରିଆଣ୍ଟ ନିଶ୍ଚୟ ଦେଖିବାକୁ ମିଳିବ । ଗ୍ରାହକମାନଙ୍କୁ ହଇରାଣ କରିବା ପାଇଁ ଆଇଫୋନ-୧୪ର ଦାମରେ ବିଶେଷ ପରିବର୍ତ୍ତନ କରିବାକୁ ଚାହୁଁନାହିଁ ଆପଲ । ମାର୍କେଟରେ ଆଇଫୋନର ଡିମାଣ୍ଡ କମ୍ ହେବାରୁ ଟପ ଏକଜିକ୍ୟୁଟିଭ ଏମିତି ନିଷ୍ପତ୍ତି ନେଇଥିବା ଜଣାଯାଇଛି ।

ଆମେରିକା ବଜାରରେ ୭୯୯ ଡଲାରର ପ୍ରାରମ୍ଭିକ ଦାମ ଅନୁସାରେ ଆସିପାରେ ଆଇଫୋନ-୧୪ । ତେବେ ଭାରତୀୟ କରେନ୍ସି ହିସାବରେ ଏହାର ଦାମ୍ ୬୩,୨୦୦ ଟଙ୍କା ରହିବ । ତେବେ କମ୍ପାନୀ ଏହି ଦାମରେ ଦେଶରେ ଫୋନ ଲଞ୍ଚ କରି ନପାରେ । ଗତବର୍ଷ ଆଇଫୋନ ୧୩କୁ କମ୍ପାନୀ ୭୯,୯୯୦ଟଙ୍କାରେ ଲଞ୍ଚ କରିଥିଲା ।

Get real time updates directly on you device, subscribe now.