fbpx

କାନ୍ଦ ନାହିଁ ବାପା, ତୁମର ସବୁ ସ୍ୱପ୍ନ ମୁଁ ପୂରଣ କରିବି, ଆଜିଠୁ ପରିବାର ଚଳାଇବା ଦାୟିତ୍ୱ ମୋର

ନୂଆଦିଲ୍ଲୀ: ଆଜିକାଲି ଅନେକ ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ତେବେ ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି କାହାଣୀ ବିଷୟରେ ଜାଣିଲା ପରେ ଆପଣଙ୍କ ଆଖିରେ ଲୁହ ଆସିଯିବ । ଗୋଟିଏ ୭ ବର୍ଷର ବାଳକ ଜୋମାଟୋ ବଏ ସାଜି ଘରକୁ ଘର ବୁଲି ଜିନିଷ ଡେଲିଭରି କରୁଛି । ଉକ୍ତ ବାଳକର ପିତା ଦୁର୍ଘଟଣାରେ ଆହତ ହେବା ପରେ ସେ ଏହି ବୃତ୍ତିକୁ ଆପଣାଇ ନେଇଥିଲା ।

ତେବେ ଜଣାପଡ଼ିଛି ଯେ, ଡେଲିଭରି ବଏ ସାଜି ପରିବାର ପ୍ରତିପୋଷଣ କରିବା ଉକ୍ତ ବାଳକର ଉଦ୍ଦେଶ୍ୟ ଥିଲା । ଏହି ଭିଡିଓଟି ଦେଖିବା ପରେ ଅନେକ ବଡ଼ ବଡ଼ ଲୋକ ପ୍ରତିକ୍ରିୟା ଜାହିର କରିଛନ୍ତି । ପିଲାଟିକୁ ସାହାଯ୍ୟ କରିବା ପାଇଁ ପୂର୍ବତନ କ୍ରିକେଟର ହରଭଜନ ସିଂହ ତା’ର ଡିଟେଲ୍ସ ମାଗିଛନ୍ତି । ବାପାଙ୍କର ଦୁର୍ଘଟଣା ପରେ ପିଲାଟି ସକାଳୁ ସ୍କୁଲ ଯାଉଛି ଓ ସନ୍ଧ୍ୟା ୬ଟା ପରେ ଡେଲିଭରି ବଏ କାମ କରୁଛି ।

ଏହି ଭିଡିଓଟିକୁ ବତ୍ତର୍ମାନ ୫୦ ହଜାରରୁ ଅଧିକ ଭ୍ୟୁଜ୍ ମିଳିସାରିଥିବା ବେଳେ ଛୋଟ ପିଲାଟିର ସାହସକୁ ସମସ୍ତେ ସଲାମ୍ କରୁଛନ୍ତି । ପିଲାଟି ହାତରେ ଏକ ଚକୋଲେଟ ଡିବା ଧରିଥିବା ବେଳେ ସାଇକେଲରେ ସେ ଗ୍ରାହକଙ୍କ ଘରେ ଜିନିଷ ପହଞ୍ଚାଇଥାଏ । ତେବେ ଏହା ଶ୍ରମ ନିୟମର ଉଲ୍ଲଂଘନ ହେଉଛି ବୋଲି କିଛି ୟୁଜର କମେଣ୍ଟ ଦେଇଛନ୍ତି । ଆଗକୁ ପିଲାଟିକୁ କିଛି ହୃଦୟବାନ ଲୋକ ସାହାଯ୍ୟ ସାହଯୋଗର ହାତ ବଢ଼ାଇବେ ବୋଲି ଆଶା କରାଯାଉଛି । ଲୋକଙ୍କ ସହାୟତା ମିଳିଲେ ତା’ର ବାପାଙ୍କ ଗୋଡ଼ର ଚିକିତ୍ସା ହେବା ସହ ପିଲାଟି ଠିକ ଭାବେ ପୁଣି ଥରେ ପାଠ ପଢ଼ିପାରିବ ବୋଲି ସମସ୍ତେ କାମନା କରୁଛନ୍ତି ।

Get real time updates directly on you device, subscribe now.