fbpx

ମୃତ୍ୟୁମୁଖରୁ ବଞ୍ଚିଗଲେ ସାନଭାଇ, ଛାତରୁ ଖସିବାବେଳେ ବଡ଼ଭାଇ କଲେ ଏମିତି…

କୁହାଯାଏ ଦୁର୍ଘଟଣା କୌଣସି ସଙ୍କେତ ଦେଇ ଆସିନଥାଏ । ଟିକେ ଅନ୍ୟମନସ୍କ ହେଲେ କଥା ସରିଲା, କିଛିବି ଅଘଟଣ ହୋଇପାରେ । ଅବଶ୍ୟ କିଛି ଏଭଳି ସୌଭାଗ୍ୟଶାଳୀ ବ୍ୟକ୍ତି ଅଛନ୍ତି ଯେଉଁମାନେ ଅଳ୍ପକେ ବଡ଼ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଯାଇଥାନ୍ତି । କିଛି ଏଭଳି ଘଟଣା ଏବେ କେରଳରେ ଦେଖିବାକୁ ମିଳିଛି । ଯେଉଁଠାରେ ଜଣେ ବଡ଼ ଭାଇ ନିଜ ସାନ ଭାଇର ଜୀବନ ବଞ୍ଚାଇଛି । ଆଉ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅନେକ ସମୟରେ ଛାତରୁ ପଡ଼ି ମୃତ୍ୟୁ ହେଉଥିବା କଥା ତ’ ଆପଣ ଶୁଣିଥିବେ । ଅନେକ ସମୟରେ ଏଭଳି ଘଟଣା ସାମ୍ନାକୁ ମଧ୍ୟ ଆସିଛି । ତେବେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଉଛି ଯେ ଜଣେ ଭାଇ ଛାତରୁ ଖସିପଡ଼ୁଥିବା ନିଜ ଭାଇକୁ ବଞ୍ଚାଇବାପାଇଁ ନିଜ ଜୀବନକୁ ବାଜି ଲଗାଇଦେଉଛନ୍ତି । ଫଳରେ ଏକ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଉଛନ୍ତି ସାନ ଭାଇ ।

ଭାଇରାଲ ଭିଡିଓରେ ଦେଖାଯାଉଛି ଜଣେ ବ୍ୟକ୍ତି ପାଇପ ପାଣି ଦ୍ୱାରା କିଛି ସଫା କରୁଛନ୍ତି । ଆଉ ହଠାତ୍ ଏହି ସମୟରେ ତାଙ୍କର ନଜର ଛାତ ଉପରୁ ତଳକୁ ଖସିପଡ଼ୁଥିବା ନିଜ ଭାଇ ଉପରେ ପଡ଼ୁଛି । ଆଉ କାଳବିଳମ୍ବ ନକରି ବ୍ୟକ୍ତି ଜଣକ ନିଜ ସାନଭାଇକୁ ବଞ୍ଚାଇବାକୁ ପାଇପ୍ ଛାଡ଼ି ତାଙ୍କୁ କ୍ୟାଚ୍ କରିବାକୁ ଚେଷ୍ଟା କରୁଛନ୍ତି । ଆଉ ସେ ସେଥିରେ ସଫଳ ମଧ୍ୟ ହେଉଛନ୍ତି । ଅବଶ୍ୟ ସାନଭାଇ ବ୍ୟକ୍ତିଙ୍କ ଉପରେହିଁ ପଡ଼ିଯାଉଛନ୍ତି । ବ୍ୟକ୍ତିଙ୍କୁ ଏହି ଘଟଣାରେ ଆଘାତ ମଧ୍ୟ ଲାଗିଥିବାର ଦେଖାଯାଉଛି କାରଣ ସେ ଉଠିବାରେ ଟିକେ ସମୟ ନେଉଛନ୍ତି ।

ସୂଚନା ଅନୂଯାୟୀ, କେରଳର ମାଲାପୁରମ ଜିଲ୍ଲାରେ ଏଭଳି ଏକ ଦୁଃଖଦ ଘଟିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଏକ ପରିବାର । ଠିକ୍ ସମୟରେ ବଡ଼ଭାଇ ଜଣକ ସାନଭାଇଙ୍କୁ ବଞ୍ଚାଇଦେଉଛନ୍ତି । ଆଉ ବଡ଼ ଭାଇର ଏଭଳି ସାହସକୁ ଏବେ ଲୋକେ ଖୁବ୍ ପ୍ରଶଂସା କରାଯାଉଛି ।

Get real time updates directly on you device, subscribe now.