fbpx
BSKY SKY
BSKY SKY

ଟୋକିଓ ମୁକାବିଲା: ଆଜି ସ୍ୱର୍ଣ୍ଣ ପଦକ ପାଇଁ ଫାଇନାଲ୍ ଫାଇଟ୍‌ କରିବେ ରେସ୍‌ଲର୍‌ ରବି କୁମାର

BSKY

ଟୋକିଓ,(ଭାସ୍କର ନ୍ୟୁଜ୍) : ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ରେସ୍‌ଲର୍‌ ରବି କୁମାର ଦାହିୟା ଦ୍ୱିତୀୟ ଇଣ୍ଡିଆନ ରେସଲର ଭାବେ ଫାଇନାଲ୍‌କୁ ଯିବା ସହ ଦେଶ ପାଇଁ ପଦକ ନିଶ୍ଚିତ କରିଛନ୍ତି । ସେ ରୌପ୍ୟ ପଦକ ହାସଲ କରିବା ସୁନିଶ୍ଚିତ ଥିବା ବେଳେ ଏବେ ସେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିବାକୁ ଲଢ଼ିବେ । ବୁଧବାର ଅନୁଷ୍ଠିତ ପୁରୁଷ ୫୭ କେ.ଜି. ସେମିଫାଇନାଲ ଲଢ଼େଇରେ କାଜାଖସ୍ତାନର ନୁରିସ୍ଳାମ ସାନୟେଭଙ୍କୁ ପରାସ୍ତ କରି ଦେଶ ପାଇଁ ଏହି ସ୍ୱର୍ଣ୍ଣ ପଦକ ଜିତିବା ଆଶା ସୃଷ୍ଟି କରିଛନ୍ତି ରବି କୁମାର । ଗୁରୁବାର ଫାଇନାଲରେ ରବି କୁମାର ଋଷିଆର ଜାଭୁର ଉଗୁଏଭଙ୍କ ସହ ଲଢ଼େଇ କରିବେ । ପୁରୁଷ ୫୭କିଲୋ ଫ୍ରି-ଷ୍ଟାଇଲ୍‌ ଫାଇନାଲ ପାଇଁ ଅପରାହ୍ନ ୪:୨୦ ଲିଢ଼ିବେ ରବି।

କଲମ୍ବିଆର ଓସ୍କାର ଏଡୁୱାର୍ଡଙ୍କୁ କ୍ୱାର୍ଟର ଫାଇନାଲ ଲଢ଼େଇରେ ପରାସ୍ତ କରି ଦାହିୟା ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଏହା ପୂର୍ବରୁ ଅନୁଷ୍ଠିତ ପ୍ରଥମ ରାଉଣ୍ଡ ଲଢ଼େଇରେ କଲମ୍ବିଆର ଟିଗ୍ରେରୋସ ଉରବାନୋଙ୍କୁ ୧୩-୨ ଓ ଦ୍ୱିତୀୟ ରାଉଣ୍ଡରେ ବୁଲଗାରିଆର ଜିଓର୍ଗି ଭାଲେଣ୍ଟିନୋଭ ଭାଙ୍ଗେଲୋଭଙ୍କୁ ୧୪- ୪ରେ ପରାସ୍ତ କରିଥିଲେ ରବି ।

ସୂଚନାଯୋଗ୍ୟ, ଭାରତର ପୂର୍ବତନ ସଫଳ ରେସ୍‌ଲର ସୁଶିଲ କୁମାର ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ମଲ୍ଲଯୋଦ୍ଧା ଭାବେ ଫାଇନାଲରେ ପ୍ରବେଶ କରି ହାରି ଯାଇଥିଲେ । ତେଣୁ ରବି କୁମାର ଜିତି ପାରିଲେ ଏକ ନୂଆ ଦୃଷ୍ଟାନ୍ତ ସୃଷ୍ଟି କରିବେ । ଅଲିମ୍ପିକ୍ସରେ ପଦକ ହାସଲ କରିଥିବା ଅନ୍ୟ ଭାରତୀୟ ରେସଲର ହେଲେ କେ ଡି ଯାଦବ, ସୁଶିଲ କୁମାର, ସାକ୍ଷୀ ମଲିକ, ଯୋଗେଶ୍ୱର ଦତ୍ତ ।

Get real time updates directly on you device, subscribe now.