fbpx
BJD SKY
BJD SKY

କ୍ରିକେଟରେ ଭାରତର ପଦକ ସୁନିଶ୍ଚିତ: ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ

BJD

ନୂଆଦିଲ୍ଲୀ: ଏସିଆନ ଗେମ୍ସରେ ଇତିହାସ ରଚିଛି ଭାରତ । ସେମିଫାଇନାଲରେ ବାଂଲାଦେଶକୁ ହରାଇ ଟିମ୍ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିଛି । ଏହି ବିଜୟ ଫଳରେ ଭାରତ ତା’ର ପଦକ ସୁନିଶ୍ଚିତ କରିଛି । ଫାଇନାଲରେ ଜିତିଲେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିବ ଓ ହାରିଲେ ରୌପ୍ୟ ପଦକ ପାଇବ । ଭାରତୀୟ ମହିଳା ଦଳ ପ୍ରତିପକ୍ଷ ବାଂଲାଦେଶକୁ ୮ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ।

ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଭାରତକୁ ମାତ୍ର ୫୨ ରନର ଟାର୍ଗେଟ ଦେଇଥିଲା । ଜଣଙ୍କୁ ଛାଡ଼ିଦେଲେ ବାଂଲାଦେଶର କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଟପି ପାରିନଥିଲେ । ଭାରତ ପକ୍ଷରୁ ପୂଜା ଭଷ୍ଟ୍ରାକର ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ । ବାଂଲାଦେଶର ୫୨ ରନର ଟାର୍ଗେଟକୁ ଭାରତ ୮.୨ ଓଭରରେ ୨ ୱିକେଟ ହରାଇ ସଂଗ୍ରହ କରିନେଇଥିଲା । ଭାରତ ପକ୍ଷରୁ ଜେମିମାହ ରୋଡ୍ରିଗସ ସର୍ବାଧିକ ୨୦ ରନରେ ଅପରାଜିତ ରହିଥିବା ବେଳେ ଓ ଶେଫାଲି ବର୍ମା ୧୭ ରନ କରିଥିଲେ ।

ଫାଇନାଲରେ ଭାରତ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରୁ ଜଣଙ୍କୁ ଭେଟିବ । ଟସ୍ ଜିତିବା ପରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ କୌଣସି ରନ କରିବା ପୂର୍ବରୁ ତା’ର ପ୍ରଥମ ୱିକେଟ ହରାଇଥିଲା । ଏହାପରେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂର ମୁକାବିଲା କରି ନପାରି ଜଣଙ୍କ ପରେ ଜଣେ ବାଂଲାଦେଶୀ ବ୍ୟାଟ୍ସମ୍ୟାନ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । ବାଂଲାଦେଶ ଅଧିନାୟକ ତଥା ୱିକେଟ ରକ୍ଷକ ନିଗାର ସୁଲତାନା ସର୍ବାଧିକ ୧୨ ରନ ସଂଗ୍ରହ କରିଥିଲେ । ଏଥର ଭାରତ ନିକଟରେ ସ୍ୱର୍ଣ୍ଣ ପଦକ ହାସଲ କରିବାର ସୁଯୋଗ ରହିଛି ।

Get real time updates directly on you device, subscribe now.