fbpx

ଭୟର ଅନ୍ୟ ନାମ ଏହି ପ୍ରାଚୀନ କିଲ୍ଲା, ସନ୍ଧ୍ୟା ପୂର୍ବରୁ ଏହି ସ୍ଥାନ ଖାଲି କରିବାକୁ ରହିଛି ନିର୍ଦ୍ଦେଶ; ନଚେତ୍….

ମୁମ୍ବାଇ: ଭାରତ ସହିତ ଅନେକ ଯୁଗର ଇତିହାସ ଯୋଡ଼ି ହୋଇ ରହିଛି । ପ୍ରାଚୀନ ସମୟରେ ତିଆରି ହୋଇଥିବା କିଛି ଐତିହାସିକ ସ୍ଥାନ ଆଜିବି ରହିଛି । ଯେଉଁଠାରୁ ଆଗକାଳର ଲୋକମାନଙ୍କ ଚାଲିଚଳଣି ସମ୍ପର୍କରେ ଆମେ ତଥ୍ୟ ପାଇଥାଉ । ଖାସ୍ କରି ରାଜା ମହାରାଜା ମାନଙ୍କ ଦ୍ୱାରା ତିଆରି କରାଯାଇଥିବା ବିଭିନ୍ନ ମନ୍ଦିର ତଥା କିଲ୍ଲା ସବୁ ଆମକୁ ଅନେକ କାହାଣୀ । ସେହିଭଳି ଏକ କିଲ୍ଲା ରହିଛି ମହାରାଷ୍ଟ୍ରରେ । ଏହାକୁ ଭାରତର ସବୁଠାରୁ ଭୟାନକ କିଲ୍ଲା କୁହାଯାଏ । ଭୟଙ୍କର କିଲ୍ଲା ମାନଙ୍କରେ ଏହାକୁ ସାମିଲ୍ କରାଯାଇଛି । ତେବେ ଚାଲନ୍ତୁ ଏହା ସମ୍ପର୍କରେ ଅଧିକ କିଛି ।

କଳାବନ୍ତୀ କିଲ୍ଲା:

ଏହି ଭୟାନକ କିଲ୍ଲାର ନାମ ହେଉଛି କଳାବନ୍ତୀ କିଲ୍ଲା । ଯାହା ମହାରାଷ୍ଟ୍ରର ପନାୱେଲ୍ ଓ ମାଥେରନ୍ ର ମଧ୍ୟରେ ଅବସ୍ଥିତ । ଏହି ପ୍ରାଚୀନ କିଲ୍ଲା ପ୍ରବଳଗଢ଼ କିଲ୍ଲା ନାମରେ ମଧ୍ୟ ପରିଚିତ । ଇତିହାସ ପୃଷ୍ଠା କହୁଛି, ଛତ୍ରପତି ଶିବାଜୀଙ୍କ ସମୟରେ ରାଣୀ କଳାବନ୍ତୀଙ୍କ ନାମରେ ଏହାର ନାମକରଣ ହୋଇଥିଲା ।

ଏହାକୁ ସବୁଠାରୁ ଅଧିକ ଭୟାନକ କରେ ଏହାର ଉଚ୍ଚତା । କୁହାଯାଏ ଏହାର ଉଚ୍ଚତା ୨୩୦୦ ଫୁଟ୍ ଉଚ୍ଚରେ ରହିଛି । ଏଥିରୁ ଆପଣ ମାନେ ଜାଣି ଯାଆନ୍ତୁ ଯେ, ଏହା କେତେ ଭୟଙ୍କର । ତେବେ ଏହାର ମଜା ନେବା ପାଇଁ ଅନେକ ଲୋକ ଟ୍ରାକିଂ କରି ଏଠାକୁ ଆସିଥାନ୍ତି । ତେବେ ଦୁର୍ବଳ ହୃଦୟବାନ ଲୋକମାନେ ଏଠାକୁ ନଯିବା ହିଁ ଭଲ । କାରଣ ଉପରୁ ଏହା ଖୁବ୍ ଖତରନାକ ଦୃଶ୍ୟମାନ ହୋଇଥାଏ ।

ଉପରକୁ ଯିବା ପାଇଁ ଚଟାଣକୁ କାଟି ରାସ୍ତା ତିଆରି କରାଯାଇଛି । ଆଉ ଯଦି ଯିବା ସମୟରେ ପାଦ ଟିକେ ବି ଖସିଯାଏ । ତାହେଲେ ମୃତ୍ୟୁ ହେବା ନିଶ୍ଚିତ । ସନ୍ଧ୍ୟା ହେବା ମାତ୍ରେ ଏଠାକୁ କେହି ବି ଯାଆନ୍ତି ନାହିଁ । କାରଣ ଏହା ଉପରେ ପାଣି କିମ୍ବା ଲାଇଟ୍ ର କୌଣସି ବ୍ୟବସ୍ଥା ନାହିଁ ।

ସ୍ଥାନୀୟ ଲୋକଙ୍କ କହିବା କଥା ଯେ, ଏଠାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି । ତେଣୁ ଅନେକ ନକାରାତ୍ମକ ଶକ୍ତି ଏଠାରେ ଘୂରି ବୁଲନ୍ତି । ଏହା ବ୍ୟତୀତ ଅନେକ ଏଠାରେ ଆତ୍ମହତ୍ୟା ଏଠାରେ କରିଛନ୍ତି ।

 

Get real time updates directly on you device, subscribe now.