fbpx

ବ୍ୟାଟେରି ଚୋରି ରାକେଟ୍ ପର୍ଦ୍ଦାଫାସ, ବନ୍ଧାହେଲେ ୬ ଜଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର ବ୍ୟୁରୋ): ରାଜ୍ୟରେ ମାତିଛନ୍ତି ବ୍ୟାଟେରି ଚୋର । ଆଉ ଏହି ରାକେଟ ଗଞ୍ଜାମରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡ଼ିଛି । ଅଭିନବ କୌଶଳରେ ବିଭିନ୍ନ ଗାଡ଼ିରୁ ବ୍ୟାଟେରି ବାହାର କରି ନେଉଛନ୍ତି । ଏନେଇ ପୋଲିସ୍ ତନାଘନା ଚଳାଇଥିବାବେଳେ ଗୁରୁବାର ଧରାପଡ଼ିଛି ଏକ ରାକେଟ୍ । ଏଥିସହ ଗିରଫ ହୋଇଛନ୍ତି ୬ ଜଣ ।

ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରୁ ବ୍ୟାପକ ଚୋରା ବ୍ୟାଟେରି ଜବତ ହୋଇଛି । ୧୫୦୦ ଅଧିକ ବ୍ୟାଟେରି ଜବତ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ଏଥିସହ ଚାଲାଣରେ ସମ୍ପୃକ୍ତ ୬ ଜଣକୁ ଗିରଫ କରିଛି ପୋଲିସ୍ । ଟ୍ରକରେ ଆର୍ମି ଷ୍ଟିକର ଲଗା ଯାଇଥିବାବେଳେ ବ୍ୟାଟେରିଗୁଡ଼ିକ ଗଞ୍ଜାମରୁ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିଲା ।

Get real time updates directly on you device, subscribe now.