fbpx

ମା’ ହେଲେ BLACK WIDOW: ଛୁଆର ନା ରଖିଲେ ଏମିତି

ନୂଆଦିଲ୍ଲୀ: ମାର୍ଭେଲ ସିନେମାଟିକ ୟୁନିଭର୍ସ (ଏମସିୟୁ)ର ଅଭିନେତ୍ରୀ ସ୍କାର୍ଲେଟ ଜୋହାନସନ୍ ମା ହୋଇଛନ୍ତି । ବ୍ଲାକ ୱିଡୋ ଚରିତ୍ର ପାଇଁ ପ୍ରସିଦ୍ଧି ଲାଭ କରିଥିବା ସ୍କାର୍ଲେଟ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । କଲିନ ଜୋଷ୍ଟଙ୍କୁ ବିବାହ କରିଥିବା ସ୍କାର୍ଲେଟ ପୁତ୍ର ସନ୍ତାନର ନାମ କସକୋ ରଖିଛନ୍ତି । ଇନଷ୍ଟାଗ୍ରାମ ବ୍ୟବହାର କରି ସ୍କାର୍ଲେଟ ଫ୍ୟାନ ମାନଙ୍କୁ ଏହି ସୂଚନା ଦେଇଛନ୍ତି । ଉଭୟ ଅକ୍ଟୋବର ୨୦୨୦ରେ ବିବାହ କରିଥିଲେ ।

ନିକଟରେ ସ୍କାର୍ଲେଟଙ୍କ ଅଭିନୀତ ବ୍ଲାକ ୱିଡୋ ଓଟିଟିରେ ରିଲିଜ ହୋଇଥିବା ବେଳେ ଦର୍ଶକ ଏହାକୁ ବେଶ ପସନ୍ଦ କରିଥିଲେ । ପରବର୍ତ୍ତୀ ଫିଲ୍କରେ ତାଙ୍କ ସହିତ ଟମ ହ୍ୟାଙ୍କସ ଓ ମାର୍ଗୋଟ ରବି ନଜର ଆସିବାକୁ ଯାଉଛନ୍ତି । । ଏହା ପୂର୍ବରୁ ଫ୍ରେଞ୍ଚ ସାମ୍ବାଦିକ ରୋମେନ ଡୌରିଅକଙ୍କୁ ବିବାହ କରିଥିବା ସ୍କାର୍ଲେଟଙ୍କର ଏକ ୬ ବର୍ଷୀୟ ଝିଅ ମଧ୍ୟ ରହିଛି ।

Get real time updates directly on you device, subscribe now.