fbpx
BJD SKY
BJD SKY

ଟିମ୍ ଇଣ୍ଡିଆର ବିସ୍ଫୋରକ ବ୍ୟାଟିଂ; ନେଦରଲାଣ୍ଡ୍‌ସ ଆଗରେ ରହିଲା ୪୧୧ ରନର ଟାର୍ଗେଟ

BJD

ଓଡିଶା ଭାସ୍କର; ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ବିଶ୍ୱକପ୍‌-୨୦୨୩ର ୪୫ତମ ମ୍ୟାଚ୍‌ରେ କମାଲ କରିଦେଖାଇଛି ଟିମ୍ ଇଣ୍ଡିଆ । ବେଙ୍ଗାଲୁରୁସ୍ଥିତ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ନେଦରଲାଣ୍ଡ୍‌ସ ବିପକ୍ଷରେ ଦମଦାର ବ୍ୟାଟିଂ କରି ୪୧୧ ରନର ଟାର୍ଗେଟ ରଖିଛି ଭାରତ ।

ସୂଚନା ଥାଉକି, ଆଜି ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତୀୟ ଟିମ୍‌ । ଆଉ ଏହା ପରେ ବିସ୍ଫୋରକ ବ୍ୟାଟିଂ କରି ବିଶ୍ୱକପ ରେକର୍ଡରେ ଚହଳ ସୃଷ୍ଟି କରିଛି ଭାରତ । ଏଥିରେ ଯୁବ ବ୍ୟାଟର ଶ୍ରେୟସ ଆୟର ଓ କେଏଲ୍‌ ରାହୁଲ ଶତକ ହାସଲ କରିଥିବା ‌ବେଳେ ଅଧିନାୟକ ରୋହିତ ଶର୍ମା, ଶୁବମନ ଗିଲ ଓ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରିଛନ୍ତି । ଆଉ ଶେଷରେ ନିର୍ଦ୍ଧାରିତ ୫୦ ଓଭରରେ ମାତ୍ର ୪ଟି ୱିକେଟ୍‌ ହରାଇ ଭାରତୀୟ ଦଳ ୪୧୦ ରନ୍‌ ସଂଗ୍ରହ କରିଛି । ଯାହାକୁ ନେଇ ଏହାକୁ ନେଇ ନେଦରଲାଣ୍ଡ୍‌ସ ଆଗରେ ୪୧୧ ରନର ବିଜୟ ଲକ୍ଷ୍ୟ ରହିଛି ।

ସୂଚନା ଯୋଗ୍ୟ, ଆଜିର ଏହି ବିଶାଳକାୟ ରନ ସ୍କୋରକୁ ମିଶାଇ ଭାରତୀୟ ଟିମ୍‌ ବିଶ୍ୱକପ ଇତିହାସରେ ଦ୍ୱିତୀୟ ସର୍ବାଧିକ ରନ୍‌ କରିପାରିଛି। ପୂର୍ବରୁ ବିଶ୍ୱକପ-୨୦୦୭ରେ ଭାରତ ବରମୁଡ଼ା ବିରୋଧରେ ୪୧୩ ରନ୍‌ କରିପାରିଥିଲା। ଆଜିର ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଓ ଶୁବମନ୍‌ ଗିଲ ପ୍ରଥମ ଇନିଂସ ଆରମ୍ଭ କରିଥିଲେ । ୫୪ଟି ବଲ୍‌ ଖେଳି ରୋହିତ ଶର୍ମା ୮ଟି ଚୌକା ଓ ୨ଟି ଛକା ବଳରେ ୬୧ ରନ୍‌ ସଂଗ୍ରହ କରିଥିବା ବେଳେ ଯୁବ ବ୍ୟାଟର ଶୁବମନ୍‌ ଗିଲ ୫୧ ରନ୍‌ ସଂଗ୍ରହ କରିପାରିଥିଲେ । ଏହାପରେ ଦ୍ୱିତୀୟତଃ ଚତୁର୍ଥ ୱିକେଟ୍‌ରେ ଶ୍ରେୟସ ଆୟର ଓ କେଏଲ୍‌ ରାହୁଲ ୨୦୮ ରନ୍‌ର ଭାଗିଦାରୀ କରିପାରିଥିଲେ। ଶ୍ରେୟସ ଆୟର ଅପରାଜିତ ରହି ୧୨୮ ରନ୍‌ କରିଥିଲେ। ସେ ୯୪ଟି ବଲ୍‌ ଖେଳି ୧୦ଟି ଚୌକା ଓ ୫ଟି ଛକା ମାରିଥିଲେ। ସେହିପରି କେଏଲ୍‌ ରାହୁଲ ୬୪ଟି ବଲ୍‌ ଖେଳି ୧୧ଟି ଚୌକା ଓ ୪ଟି ଛକା ବଳରେ ୧୦୨ ରନ୍‌ କରି ଆଉଟ ହୋଇଯାଇଥିଲେ । ଅନ୍ୟପଟେ ବିରାଟ କୋହଲି ଆଜି ଦିନିକିଆ କ୍ରିକେଟରେ ୭୧ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୫ଟି ଚୌକା ଓ ଗୋଟିଏ ଛକା ମାରି ମୋଟ୍‌ ୫୧ ରନ୍‌ ସଂଗ୍ରହ କରିବା ପରେ ପାଭିଲିଅନକୁ ଫେରିଯାଇଥିଲେ । ଅନ୍ୟପଟେ ଓଭରର ଶେଷ ଆଡକୁ ମାତ୍ର ଗୋଟିଏ ବଲ ଖେଳିବାର ସୁଯୋଗ ପାଇ ୨ ରନ ସଂଗ୍ରହ କରିଛନ୍ତି ସୂର୍ୟ୍ୟକୁମାର ଯାଦବ ।

  • ରୋହିତ ଶର୍ମା(ଆଉଟ); ୫୪ ବଲ୍‌ – ୬୧ ରନ୍‌
  • ଶୁବମନ୍‌ ଗିଲ(ଆଉଟ); ୩୨ ବଲ୍‌ -୫୧ ରନ୍‌
  • ବିରାଟ କୋହଲି(ଆଉଟ); ୫୬ ବଲ୍‌ -୫୧ ରନ୍‌
  • ଶ୍ରେୟସ ଆୟର(ନଟ ଆଉଟ); ୯୪ ବଲ୍‌ -୧୨୮ ରନ୍‌
  • କେଏଲ୍‌ ରାହୁଲ(ଆଉଟ); ୬୪ ବଲ୍‌ -୧୦୨ ରନ୍‌
  • ସୂର୍ୟ୍ୟକୁମାର ଯାଦବ(ନଟ ଆଉଟ); ୧ ବଲ୍‌ – ୨ ରନ୍‌

Get real time updates directly on you device, subscribe now.