fbpx

ଦିପାବଳୀରେ ବଡ଼ ଅଘଟଣ: ନିଜେ ଆଖି ବୁଜିଲେ ୮ ବର୍ଷର ପୁଅକୁ ବଞ୍ଚାଇଲେ, ଘରର ମୁରବୀଙ୍କୁ ହରାଇ କାନ୍ଦୁଛି ପରିବାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଆଲୋକର ପର୍ବ ଦିପାବଳୀ ଅବସରରେ ରାଜ୍ୟବାସୀ ପିଠା ଖାଇ, ବାଣ ଫୁଟାଇ ବଡ଼ ଧୂମଧାମରେ ପାଳନ କରୁଛନ୍ତି । ତେବେ ଗୋଟିଏ ପଟେ ଲୋକମାନେ ଖୁସିରେ ମସଗୁଲ ରହିଥିବା ବେଳେ ଅନ୍ୟପକ୍ଷରେ ଘଟିଛି ଏକ ଦୁଃଖଦ ଘଟଣା । ନଦୀରେ ବୁଡ଼ି ଯାଉଥିବା ୮ ବର୍ଷର ପୁଅକୁ ବଞ୍ଚାଇବାକୁ ଯାଇ ଜଣେ ବାପା ସବୁଦିନ ପାଇଁ ଆଖି ବୁଜିଦେଇଛନ୍ତି ।

ସୂଚନା ମୁତାବକ, କଟକର ନରାଜ ଅଞ୍ଚଳରେ ଘଟିଛି ଏଭଳି ଏକ ହୃଦୟ ବିଦାରକ ଘଟଣା । ନିଜର ୮ ବର୍ଷର ପୁଅକୁ ବଞ୍ଚାଇବାକୁ ଯାଇ ଜଣେ ବ୍ୟକ୍ତି ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ଜୀବନର ଶେଷ ମୁହୂର୍ତ୍ତରେ ବାପାଙ୍କ ତ୍ୟାଗ ପାଇଁ ଆଜି ଗୋଟିଏ ୮ ବର୍ଷର ପିଲାର ଜୀବନ ବଞ୍ଚିଯାଇଛି । ଅନ୍ୟପକ୍ଷରେ ଆଜିର ଖୁସି ଦିନରେ ଘରର ମୁରବୀଙ୍କୁ ହରାଇ ହରାଇ ସାରା ପରିବାରରେ ଏବେ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି ।

ନରାଜର ତେଲିସାହି ଅଞ୍ଚଳର ଜଣେ ବ୍ୟକ୍ତି ପୁଅକୁ ନେଇ କାଠଯୋଡ଼ିର କୈବର୍ତ୍ତସାହି ଘାଟକୁ ଗାଧୋଇବାକୁ ଯାଇଥିଲେ । ତେବେ ଦୁର୍ଭାଗ୍ୟବଶତଃ ନଦୀର ଚୋରା ବାଲିରେ ପୁଅର ଗୋଡ଼ ଖସି ଯାଇଥିଲା । ଏହାପରେ ସଙ୍ଗେସଙ୍ଗେ ବ୍ୟକ୍ତିଜଣଙ୍କ ପୁଅକୁ ବଞ୍ଚାଇବାକୁ ଯାଇ ନିଜେ ଚୋରା ବାଲିରେ ଫଶିଯାଇଥିଲେ । ପରବର୍ତ୍ତୀ ସମୟରେ ସେ ଆଉ ବାଲିରୁ ଉଠିପାରି ନଥିଲେ । ପରେ ଧିବରମାନେ ତାଙ୍କୁ ଡଙ୍ଗା ସାହାଯ୍ୟରେ ଉଦ୍ଧାର କରି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.