fbpx

ବାଣରେ ହାତ ପୋଡ଼ିଗଲେ ଭୁଲରେ ବି ଲଗାନ୍ତୁନି ToothPaste: ଜାଣନ୍ତୁ କ’ଣ କରିବେ ଚିକିତ୍ସା

ନୂଆଦିଲ୍ଲୀ: ଆଜି ସାରା ଦେଶରେ ଧୂମଧାମରେ ପାଳନ କରାଯାଉଛି ଆଲୋକର ପର୍ବ ଦୀପାବଳି । ଦିୱାଲି ସେଲିବ୍ରେସନରେ ମସଗୁଲ ଅଛନ୍ତି ଦେଶବାସୀ । ଦୀପ ଜାଳିବା ସହ ବାଣ ଫୋଟକା ଫୁଟାଇବାରେ ବ୍ୟସ୍ତ ସାରା ଦେଶ । କିନ୍ତୁ ଏହି ବାଣ ପୁଟାଇବା ସମୟରେ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ । ନଚେତ ବିଭିନ୍ନ ପ୍ରକାରର ଦୁର୍ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ବାଣ ପୁଟାଇବା ସମୟରେ ହାତ-ଗୋଡ଼ ପୋଡ଼ିଗଲେ ଟୁଥ୍ ପେଷ୍ଟ ଲଗାଇ ସେହି ଜାଗାକୁ ଥଣ୍ଡା ରଖାଯାଏ । କିନ୍ତୁ ଏହି ଚିକିତ୍ସା ଭୁଲ ବୋଲି କହିଛନ୍ତି ଡାକ୍ତର । ତେବେ ଆସନ୍ତୁ ଜାଣିବା ସଠିକ ଚିକିତ୍ସା ।

ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲର ପ୍ଲାଷ୍ଟିକ ଆଣ୍ଡ ସର୍ଜରୀ କସ୍ମେଟିକ ସର୍ଜନ ଡା. ରମନ୍ ଶର୍ମା କହିଛନ୍ତି ଯେ, ହାତ-ଗୋଡ଼ ପୋଡ଼ି ଯାଇଥିଲେ, ଏଥିରେ ଟୁଥ୍ ପେଷ୍ଟ ଲଗାଇବା ଉଚିତ୍ ନୁହେଁ । ତେଣୁ ପ୍ରଥମେ ପୋଡ଼ା ସ୍ଥାନକୁ ଥଣ୍ଡା ପାଣିରେ ଧୋଇଦେବା ଆବଶ୍ୟକ । ଏହାପରେ ସେହି ସ୍ଥାନରେ ବର୍ଣ୍ଣ କ୍ରିମ କିମ୍ବା କୌଣସି ଆଣ୍ଟିସେପ୍ଟିକ କ୍ରିମ ଲଗାଇଦେବା ଆବଶ୍ୟକ । ଏହା ଏକ ପ୍ରାଥମିକ ଚିକିତ୍ସା ଏବଂ ଏହାପରେ ଯଥାଶୀଘ୍ର ରୋଗୀଙ୍କୁ ଡାକ୍ତରଙ୍କ ପାଖକୁ ନେଇଯାଆନ୍ତୁ । ସେଠାରେ ଡାକ୍ତରଙ୍କ ଚିକିତ୍ସା ନିହାତି ଆବଶ୍ୟକ । ଏହା କରିବା ଦ୍ୱାରା ଶରୀରୁ ପୋଡ଼ା-ଜଳାର ଚିହ୍ନ ସମ୍ପୂର୍ଣ୍ଣ ଗାଏବ ହୋଇଯିବ ।

ଅଧିକାଂଶ ଲୋକ ପୋଡ଼ା ସ୍ଥାନକୁ ଥଣ୍ଡା ରକିବା ପାଇଁ ଟୁଥ୍ ପେଷ୍ଟ ଲଗାଇ ଦେଇଥାନ୍ତି । ତେବେ ଏକ୍ସପର୍ଟଙ୍କ ରାୟ ଅନ୍ୁସାରେ, ଏହା ସମ୍ପୂର୍ଣ୍ଣ ଭୁଲ୍ । ଏ ନେଇ ଡା. ରମନ ଶର୍ମା କହିଛନ୍ତି ଯେ, ଏହା ଖୁବ ଭୟଙ୍କର ହୋଇପାରେ । ଏସବୁ ଲଗାଇବା ଦ୍ୱାରା ପୋଡ଼ା ସ୍ଥାନରେ ବିଭିନ୍ନ ମଇଳା ଜମା ହୋଇଥାଏ, ଯାହାଦ୍ୱାରା ସେହି ସ୍ଥାନଟି ଇନଫେକ୍ସନ ହେବାର ସମ୍ଭାବନା ମଧ୍ୟ ବୃଦ୍ଧି ହୋଇଯାଏ । ତେଣୁ ଏହି ସ୍ଥାନରେ ସାଧାରଣ କ୍ରିମ ଲଗାଇବା ସହ ଯଥାଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍ ।

ବାଣ ଫୁଟାଇବା ସମୟରେ ପୋଡ଼ା-ଜଳା ଇତ୍ୟାଦି ଘା’କୁ ଅଣଦେଖା କରିବାର ପରିଣାମ ଭୟଙ୍କର ହୋଇପାରେ । କୌଣସି ବ୍ୟକ୍ତି ବାଣ ବା କୌଣସି ଜିନିଷରେ ପୋଡ଼ି ହୋଇଗଲେ ବ୍ୟକ୍ତିଙ୍କର ଡ୍ରେସକୁ କଇଁଚିରେ କାଟି ବାହାର କରିଦେବା ଉଚିତ୍ । ଏହାପରେ ପୋଡ଼ା ସ୍ଥାନକୁ ସଫା କପଡ଼ାରେ ଘୋଡ଼ାଇ ଦେବା ଆବଶ୍ୟକ । ଏହାପରେ ତୁରନ୍ତ ପୀଡ଼ିତଙ୍କୁ ମେଡିକାଲକୁ ନେଇଯିବା ଆବଶ୍ୟକ । ତେବେ ପୋଡ଼ା ଜଳା ଇତ୍ୟାଦିରୁ ବଞ୍ଚିବା ପାଇଁ ଢିଲା ଡ୍ରେସ ନ ପିନ୍ଧି ଫିଟିଙ୍ଗ ଡ୍ରେସ ପିନ୍ଧିବା ଉଚିତ୍ । ଏହାଦ୍ୱାରା ନିଆଁ ଧରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରେ ।

Get real time updates directly on you device, subscribe now.