fbpx
BJD SKY
BJD SKY

(Video) ବାଇକରେ ବୁଲୁଛି ବଳଦ, ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ

BJD

ଓଡିଶା ଭାସ୍କର; ରାତି ପାହିଲା ମାତ୍ରେ ଆପଣ ସୋସିଆଲ ମିଡ଼ିଆରେ ଅନେକ ଭିଡିଓ ଦେଖିବାକୁ ପାଉଥିବେ । କିଛି ଭିଡିଓରୁ କିଛି ଶିଖିବାକୁ ମିଳିଥାଏ ତ ପୁଣି ଆଉ କିଛି ଭିଡିଓ ଆମକୁ ଖୁବ ମନରଞ୍ଜନ କରାଇଥାଏ । ସେହିପରି କିଛି ଭିଡିଓ ଆମକୁ ଆକୃଷ୍ଟ କରାଇଥାଏ ଓ ଆଉ କିଛି ଆଶ୍ଚର୍ୟ୍ୟ କରିଦେଇଥାଏ । ତେବେ ଏଭଳି ଏକ ଆଶ୍ଚର୍ୟ୍ୟ ଜନକ ଭିଡିଓ ଏହି ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇବା ସହ ଭାଇରାଲ ମଧ୍ୟ ହେବାରେ ଲାଗିଛି ।

ଭିଡିଓରେ ଦେଖାଦେଇଛି ଯେ, ଜଣେ ଯୁବକ ଏକ ବାଇକ ଯୋଗେ ରାସ୍ତାରେ ଗତି କରୁଛନ୍ତି । ତାଙ୍କ ସହ ବାଇକରେ ଏକ ବଳଦ ମଧ୍ୟ ରହିଛି । ଯୁବକ ଜଣକ ବାଇକ ଚଳାଉଥିବା ବେଳେ ତାଙ୍କ ଆଗରେ ଅର୍ଥାତ ତେଲ ଟାଙ୍କି ଉପରେ ସେ ଗୋଟିଏ ବଳଦକୁ ବସାଇଛନ୍ତି । ବଳଦର ଲମ୍ବା ଲମ୍ବା ଦୁଇ ସିଂଘ ଥିବା ବେଳେ ଚେହେରାରୁ ଲାଗୁଛି ବଳଦଟି ବୃଦ୍ଧବସ୍ଥାରେ ପହଞ୍ଚି । ଭୟଭୀତ ଅବସ୍ଥାରେ ବଳଦଟି ବାଇକରେ ବସି ରହିଥିବା ବେଳେ ବିପଦ ଜନକ ଭାବେ ଯୁବକ ଜଣଙ୍କ ଗାଡ଼ି ଚଳାଉଛନ୍ତି । ପଛପଟୁ କାର ଯୋଗେ ଆସୁଥିବା କେହି ଜଣେ ବ୍ୟକ୍ତି ଏସବୁ କ୍ୟାମେରାରେ କଏଦ କରି ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଛନ୍ତି । ଯାହାକୁ ଦେଖିବା ପରେ ଦର୍ଶକ ମାନେ ଭିନ୍ନ ଭିନ୍ନ ମତ ପ୍ରକାଶ କରିବା ସହ ଭିଡିଓକୁ ନାପସନ୍ଦ କରିଛନ୍ତି । ତେବେ ଯୁବକ ଜଣକ ନିଜ ଜୀବନକୁ ବିପଦରେ ପକାଇବା ସହ ପଶୁଟିକୁ ମଧ୍ୟ କଷ୍ଟ ପହଞ୍ଚାଇଛନ୍ତି ।

Get real time updates directly on you device, subscribe now.