fbpx
BJD SKY
BJD SKY

ବିଶ୍ୱକପ କ୍ଲୋଜିଂ ସେରିମନିରେ ଧୁମ ମଚାଇବେ ଦୁଆ ଲିପା

BJD

ନୂଆଦିଲ୍ଲୀ: ବିଶ୍ୱକପର ଶେଷ ଲିଗ ମ୍ୟାଚରେ ନେଦରଲ୍ୟାଣ୍ଡ ବିପକ୍ଷରେ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି ଟିମ ଇଣ୍ଡିଆ। ବାଙ୍ଗାଲୋରର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଏଥି ସହିତ, ଏହି ଟୁର୍ନାମେଣ୍ଟର ଟାଇଟଲ ମ୍ୟାଚ ନଭେମ୍ବର ୧୯ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଏହି ବିଶ୍ୱକପ୍‌ର ସମାରୋହରେ ଆଲବେନିଆର ପ୍ରସିଦ୍ଧ ହଲିଉଡ ଗାୟିକା ଦୁଆ ଲିପାଙ୍କୁ ପରିବେଷଣ କରୁଥିବା ଦେଖିବାକୁ ମିଳିପାରେ ।

ଦୁଆ ଲିପା ଏବେ ଷ୍ଟାର ସ୍ପୋର୍ଟସ୍ ସହିତ ତାଙ୍କର ସଦ୍ୟତମ ମ୍ୟୁଜିକାଲ ସିଙ୍ଗଲ୍ ‘ହୁଡିନି’ କୁ ପ୍ରମୋଟ କରୁଥିବା ଦେଖିବାକୁ ମିଳିଛି । ଭାରତ-ନେଦରଲ୍ୟାଣ୍ଡ ମ୍ୟାଚ ପୂର୍ବରୁ ତାଙ୍କୁ ଷ୍ଟାର୍ ସ୍ପୋର୍ଟସ୍ ସେଗମେଣ୍ଟରେ କେ.ଏଲ୍ ରାହୁଲ, ଶୁବମାନ ଗିଲ ଏବଂ କେନ୍ ୱିଲିୟମସନଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି। ଏପରିକି ଭାରତୀୟ ଅଧିନାୟକ ରୋହିତ ଶର୍ମା ତାଙ୍କର ପ୍ରିୟ କ୍ରିକେଟର ବୋଲି ମଧ୍ୟ କହିଛନ୍ତି । ତେବେ ଦୁଆ ଲିପା ସ୍ୱୀକାର କରିଛନ୍ତି ଯେ ସେ କ୍ରିକେଟ ପ୍ରତି ଆଗ୍ରହୀ ନୁହଁନ୍ତି । କିନ୍ତୁ ସେ ବେଳେବେଳେ କ୍ରିକେଟ୍ ଦେଖିବାକୁ ପସନ୍ଦ କରନ୍ତି।

ତେବେ ବିଶ୍ୱକପ କ୍ଲୋଜିଂ ସେରିମନିରେ ଦୁଆ ଲିପା ପ୍ରଦର୍ଶନ କରିବେ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ପର୍ୟ୍ୟନ୍ତ ବିସିସିଆଇ କିମ୍ବା ଆଇସିସି ଆନୁଷ୍ଠାନିକ ଭାବେ କିଛି କହି ନାହାଁନ୍ତି। କିନ୍ତୁ ସୋସିଆଲ ମିଡିଆରେ ଏ ନେଇ ଚର୍ଚ୍ଚା ବେଶ ଜୋର ଧରିଛି ।

Get real time updates directly on you device, subscribe now.