fbpx

OSSC ପକ୍ଷରୁ ବଡ଼ ଘୋଷଣା: CGL ୨୦୨୩ ଗ୍ରୁପ-ବି ଓ ଗ୍ରୁପ-ସି ପଦ ସଂଖ୍ୟା ପୁଣି ବଢ଼ିଲା

ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଆସିଛି ପୁଣି ଏକ ଖୁସି ଖବର । ଓଏସଏସସି ପକ୍ଷରୁ ମିଳିତ ସ୍ନାତକ ସ୍ତରୀୟ (ସିଜିଏଲ) ୨୦୨୩ ନିଯୁକ୍ତିର ପଦ ସଂଖ୍ୟା ପୁଣି ବୃଦ୍ଧି କରାଯାଇଛି । ପ୍ରଥମେ ୪୯୫ଟି ଖାଲି ପଦ ପୂରଣ ପାଇଁ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଅକ୍ଟୋବର ମାସରେ ଉକ୍ତ ପଦ ସଂଖ୍ୟା ୫୦୪କୁ ବୃଦ୍ଧି କରାଯାଇଥିଲା । ପରବର୍ତ୍ତୀ ସମୟରେ ନଭେମ୍ବର ମାସ ୯ ତାରିଖରେ ଏହି ପଦ ସଂଖ୍ୟା ୫୭୬କୁ ବୃଦ୍ଧି ପାଇଥିଲା ।

ତେବେ ଏହା ମଧ୍ୟରେ ପୁଣି ଆସିଛି ଏକ ଖୁସି ଖବର । ପୁଣି ବୃଦ୍ଧି ପାଇଛି ସିଜିଏଲ ୨୦୨୩ ଗ୍ରୁପ-ବି ଓ ଗ୍ରୁପ-ସି ପଦ ସଂଖ୍ୟା । ଏହା ଫଳରେ ଏବେ ମୋଟ ପଦ ସଂଖ୍ୟା ୬୨୫ରେ ପହଞ୍ଚିଛି । ଏନେଇ ଓଏସଏସଟି ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଅକ୍ଟୋବର ମାସ ୧୪ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିାୟା ଆରମ୍ଭ ହୋଇଥିବା ବେଳେ ନଭେମ୍ବର ୧୪ରେ ତାହା ସମାପ୍ତ ହେବ । ତେଣୁ ବିଭିନ୍ନ ପଦରେ ଆବେଦନ କରିବା ପୂର୍ବରୁ କେଉଁ ପଦ ସଂଖ୍ୟା ବଢ଼ିଛି ପ୍ରାର୍ଥୀମାନେ ତାହା ଚେକ୍ କରିନେବା ନିହାତି ଜରୁରୀ ।

ସୂଚନାଯୋଗ୍ୟ ଯେ, ଏହି ନିଯୁକ୍ତିରେ ପ୍ରାର୍ଥୀଙ୍କୁ ଅଡିଟର, ଅଡିଟର (ସିଏଏ), ଟେକ୍ସଟାଇଲ ଇନ୍ସପେକ୍ଟର, ଜୁନିୟର ଆସିଷ୍ଟାଣ୍ଟ, ୱେଲଫେୟାର ଏକ୍ସଟେନସନ ଅଫିସର (ଡବ୍ଲ୍ୟଇଓ), ହାଣ୍ଡିକ୍ରାଫ୍ଟସ ପ୍ରମୋସନ ଅଫିସର, ଜୁନିୟର ଆକାଉଣ୍ଟାଣ୍ଟ ଏପରି ଭାବେ ୩୧ ପ୍ରକାର ପଦ ପାଇଁ ଆବେଦନ କରିପାରିବେ । ପ୍ରାର୍ଥୀମାନେ ନଭେମ୍ବର ୧୭ ତାରିଖ ସୁଦ୍ଧା ସେମାନଙ୍କର ଆପ୍ଲିକେସନ ଫର୍ମ ସଂଶୋଧନ କରିପାରିବେ ।

ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ବୟସ ୩୮ ହୋଇଥିବା ଆବଶ୍ୟକ । ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍ କରିଥିବେ ଓ ଓଡ଼ିଆ ଭାଷା ପରୀକ୍ଷାରେ ପାସ୍ କରିଥିବେ । ଏଥିସହିତ କମ୍ପ୍ୟୁଟର, ଇଣ୍ଟରନେଟ, ଇ-ମେଲ, ୱାର୍ଡ ପ୍ରୋସେସିଂ, ତଥ୍ୟ ସମୀକ୍ଷା, ଉପସ୍ଥାପନ ଜାଣିଥିବେ ।

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.ossc.gov.in/Public/OSSC/Default.aspx

Get real time updates directly on you device, subscribe now.