fbpx

କାର୍ତ୍ତିକ-ପାଣ୍ଡ୍ୟାଙ୍କ ମୂଲ୍ୟବାନ ଭାଗିଦାରୀ: ଖରାପ ଆରମ୍ଭ ପରେ ବି ୧୭୦ ରନର ଟାର୍ଗେଟ ଦେଲା ଭାରତ

ନୂଆଦିଲ୍ଲୀ: ଖରାପ ଆରମ୍ଭ, ମଝିରେ ଛୋଟ ପାର୍ଟନରସିପ । ଶେଷରେ ବିସ୍ଫୋରକ ବ୍ୟାଟିଂ ବଳରେ ୧୬୯ ରନରେ ପହଞ୍ଚିଛି ଟିମ ଇଣ୍ଡିଆ । ଚତୁର୍ଥ ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୭୦ ରନର ଲକ୍ଷ୍ୟ ଦେଇଛି ମେନ ଇନ ବ୍ଲୁ । ଦିନେଶ କାର୍ତ୍ତିକ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜବରଦସ୍ତ ପାଳି ବଳରେ ଟିମ ଇଣ୍ଡିଆ ଏକ ମଜବୁତ ସ୍ଥିତିରେ ପହଞ୍ଚି ପାରିଛି । ତେବେ କାର୍ତ୍ତିକ ପୁଣି ଥରେ ଜଣେ ଫନିଶର ଭାବେ ଧୂଆଁଦାର ପାଳି ଖେଳୁଥିବାର ନଜର ଆସିଛନ୍ତି ।

ଟସ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲା ଆଫ୍ରିକା । ତେବେ ବାଭୂମାଙ୍କ ନିଷ୍ପତ୍ତି ପ୍ରଥମେ ଖୁବ ସଠିକ ପ୍ରମାଣିତ କରିଥିଲେ ଦଳର ବୋଲର । ୩ ଓଭର ମଧ୍ୟରେ ଋତୁରାଜ ଗାଏକ୍ୱାଡ ଏବଂ ଶେୟସ ଆୟରଙ୍କୁ ଶସ୍ତାରେ ପାଭିଲିୟନ ପଠାଇଥିଲା ସାଉଥ ଆଫ୍ରିକା । ଏହାପରେ ଇଶାନ କିଶାନ ଏବଂ ଅଧିନାୟକ ଋଷଭ ପନ୍ତଙ୍କ ମଧ୍ୟରେ ଛୋଟ ଭାଗିଦାରୀ ଆରମ୍ଭ ହେଉଥିବା ବେଳେ ସପ୍ତମ ଓଭରର ପ୍ରଥମ ବଲରେ ଆଉଟ ହୋଇଥିଲେ ଇଶାନ । ତାଙ୍କ ପରେ ପନ୍ତ ମଧ୍ୟ ୧୭ ରନ କରି ପାଭିଲିୟନ ଫେରିଥିଲେ । କିନ୍ତୁ ଏହାପରେ ନିଜ ଆଇପିଏଲର ରୂପ ଦେଖାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଦିନେଶ କାର୍ତ୍ତିକ । ସଫଳ ଫିନିଶରର ପ୍ରକୃତ କାମ କରିବାକୁ ଉଭୟ ଭରପୂର ଚେଷ୍ଟା କରିଥିଲେ । ୩୧ ବଲରୁ ୪୬ ରନ କରିଥିବା ବେଳେ କାର୍ତ୍ତିକ ୨୭ ବଲରୁ ୫୫ ରନ କରି ଆଉଟ ହୋଇ ଯାଇଥିଲେ । ଫଳରେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୬୯ ରନ କରିଛି । ତେବେ ସାଉଥ ଆଫ୍ରିକାକୁ ବିଜୟ ପାଇଁ ୧୭୦ ରନ ଆବଶ୍ୟକ ରହିଛି ।

Ind Vs Sa 4th T20i Series 2022 Match Live Score: 4th T20 India Vs South  Africa Match At Rajkot News In Hindi - Ind Vs Sa Live Score: भारत ने दक्षिण  अफ्रीका

ତେବେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡି ସର୍ବାଧିକ ୨ଟି ୱିକେଟ ହାସଲ କରିଛନ୍ତି । ତାଙ୍କ ବ୍ୟତୀତ ମାକ୍ରୋ ଜାନସେନ, ପ୍ରିଟୋରିୟସ, ନୋକିଆ ଏବଂ ମହାରାଜ ଗୋଟିଏ ଲେଖାଏଁ ୱିକେଟ ନିଜ ନାମରେ କରିଛନ୍ତି । ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ସାଉଥ ଆଫ୍ରିକା ୨-୧ରେ ଅଗ୍ରଣୀ ରହିଛି ।

Get real time updates directly on you device, subscribe now.