fbpx
BSKY
BJD MC SKY
BJD YOUTH SKY

ଏହି ପ୍ରସଙ୍ଗରେ ଏକାଠି ଆସିଲେ ଭାରତ-ପାକିସ୍ତାନ, ପଡୋଶୀ ଦେଶର ଏହି ପ୍ରସ୍ତାବକୁ ଜାତିସଂଘରେ ମିଳିଲା ଭାରତର ସପୋର୍ଟ

ନୂଆଦିଲ୍ଲୀ: ପାକିସ୍ତାନ ବିରୋଧରେ ଭାରତର କଠୋର ଆଭିମୁଖ୍ୟ ବିଷୟରେ ତ ସମସ୍ତେ ଜାଣିଥିବେ । ସେ ଲଗାତାର ପାକିସ୍ତାନ ଏବଂ ଏହାର ନୀତିକୁ ବିରୋଧ କରୁଛି । ଆତଙ୍କବାଦକୁ ପ୍ରୋତ୍ସାହନ ଦେବା କିମ୍ବା କଠୋରତା ଆଦିକୁ ଭାରତ ତୀବ୍ର ନିନ୍ଦା କରୁଛି । କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି କି, ମିଳିତ ଜାତିସଂଘ ମାନବ ଅଧିକାର ସଂସ୍ଥାରେ ପାକିସ୍ତାନ ଆଣିଥିବା ଏକ ପ୍ରସ୍ତାବକୁ ଭାରତ ସମର୍ଥନ କରିଛି ।

ବାସ୍ତବରେ ୟୁରୋପରେ କୁରାନ ଜାଳିବା ବିରୋଧରେ ପାକିସ୍ତାନ ଏବଂ ଫିଲିସ୍ତିନ ଦ୍ୱାରା ଏକ ପ୍ରସ୍ତାବ ପଠାଯାଇଥିଲା, ଯାହା ଭାରତ ଏବଂ ଚୀନ୍ ସମେତ ଅନ୍ୟାନ୍ୟ ଦେଶର ସମର୍ଥନ ପାଇଥିଲା ।

ଜାତିସଂଘର ମାନବ ଅଧିକାର ସଂସ୍ଥାର ଶୀର୍ଷରେ କୋରାନ ପୋଡାଯିବା ପରେ ଧାର୍ମିକ ଘୃଣାକୁ ରୋକିବା ପାଇଁ ଏକ ପ୍ରସ୍ତାବ ଦିଆଯାଇଛି । କେବଳ ପାକିସ୍ତାନ ନୁହେଁ ଅନେକ ପାଶ୍ଚାତ୍ୟ ଦେଶ ମଧ୍ୟ ସ୍ୱିଡେନରେ ଏହି ଘଟଣାକୁ ବିରୋଧ କରିଛନ୍ତି । ତେବେ ପରିଷଦକୁ ଆଣିଥିବା ଏହି ପ୍ରସ୍ତାବକୁ ୨୮-୧୨ ଭୋଟରେ ଅନୁମୋଦନ କରାଯାଇଛି । ଏଥି ସହିତ ମୋଟ ୭ ଟି ଦେଶ ଏହି ଭୋଟ୍ ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିଥିଲେ ।

ୟୁଏନ୍‌ଏଚ୍‌ଆରସିରେ ମୋଟ ୪୭ ସଦସ୍ୟ ଅଛନ୍ତି। ଓଆଇସିରେ କେବଳ ୧୯ ଦେଶ ସଦସ୍ୟ ଅଛନ୍ତି। ଏହି ପ୍ରସ୍ତାବ ଉପରେ ଚୀନ୍ ସମର୍ଥନ ଦେଇଛି। ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ବେଲଜିୟମ୍, ଜର୍ମାନୀ, ରୋମାନିଆ, ଲିଥୁଆ, କୋଷ୍ଟାରିକା ଓ ଫିନଲ୍ୟାଣ୍ଡ ସମେତ ୧୨ ଦେଶ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ। ନେପାଳ ସମେତ ୭ ଦେଶ ମତଦାନରୁ ନିବୃତ୍ତ ରହିଥିଲେ। ଫଳରେ ମୋଟ ୨୮ ଦେଶ ଏହାକୁ ସମର୍ଥନ ଦେଇଥିଲେ। ପାକିସ୍ତାନୀରେ ଖବର କାଗଜ ଡନ୍‌ ଏହି ସଂକଳ୍ପ ପାରିତକୁ ପାଶ୍ଚାତ୍ୟ ଦେଶମାନଙ୍କ ପରାଜୟ ବୋଲି କହିଛି।

Get real time updates directly on you device, subscribe now.