fbpx

ବିମାନ ଯାତ୍ରୀଙ୍କ ପାଇଁ ଗୁଗଲର ନୂଆ ଫିଚର : ଆପେ ଆପେ ଅନ୍ ହେବ ଫ୍ଲାଇଟ୍ ମୋଡ୍‌

ନୂଆଦିଲ୍ଲୀ : ଗୁଗଲ ସବୁ ବେଳେ ନିଜ ୟୁଜର୍ସଙ୍କ ପାଇଁ ନୂଆ ନୂଆ ଫିଚର ଆଣିଥାଏ । ଆଜି କାଲି ଲୋକମାନେ ଗୁଗଲକୁ ଅନେକ କାମ ପାଇଁ ବ୍ୟବହାର କରନ୍ତି । ଡିଜିଟାଲ ଯୁଗରେ ଟେକ୍ନୋଲଜିରେ ବିଭିନ୍ନ ପରିବର୍ତ୍ତନ ହେଉଛି । ଏହା ଦ୍ୱାରା ଲୋକଙ୍କୁ ବହୁତ ସୁବିଧା ହେଉଛି । ନୂଆ ନୂଆ ଟେକ୍ନୋଲଜି ବ୍ୟବହାର ଦ୍ୱାରା ଲୋକଙ୍କର ଅନେକ ସମୟ ମଧ୍ୟ ବଞ୍ଚିଯାଉଛି । ନିଜର ସମୟ ବଞ୍ଚାଇବା ପାଇଁ ଲୋକ ମାନେ ଏବେ ରେଳ ବଦଳରେ ବିମାନରେ ଯାତ୍ରା କରୁଛନ୍ତି ।

ବର୍ତ୍ତମାନ ଲୋକେ ନିଜ ସମୟ ବଞ୍ଚାଇବା ପାଇଁ ଫ୍ଲାଇଟରେ ଯାତ୍ରା କରୁଛନ୍ତି । ବିମାନରେ ଯାତ୍ରା କରିବା ସମୟରେ ଯାତ୍ରୀ ମାନଙ୍କୁ ନିଜ ଫୋନର ଫ୍ଲାଇଟ ମୋଡ ଅନ କରିବାକୁ ପଡିଥାଏ । ଯାତ୍ରୀ ମାନଙ୍କୁ ବିମାନରେ ବାସିବା ପରେ ନିଜ ଫୋନର ଫ୍ଲାଇଟ ମୋଡ କରିବାକୁ ଆନାଉନ୍ସମେଣ୍ଟ କରାଯାଏ । କିନ୍ତୁ କେତେକ ଅମାନିଆ ଯାତ୍ରୀ ଅଛନ୍ତି ସେମାନେ ନିଜ ଫୋନର ଫ୍ଲାଇଟ ମୋଡ ଅନ କରନ୍ତି ନାହିଁ । ଏହିପରି ଯାତ୍ରୀଙ୍କ ଲାଗି ଗୁଗଲ ଏକ ନୂଆ ଉପାୟ ବାହାର କରିଛି । ଏନେଇ ଗୁଗଲ ଏବେ ଏକ ନୂଆ ଫିଚର ଉପରେ କାମ କରୁଛି, ଯାହା ଆସିବା ପରେ ଆପଣ ବିମାନରେ ବସିବା ମାତ୍ରା ଆପଣଙ୍କ ଫ୍ଲାଇଟ ମୋଡ ଆପେ ଆପେ ଅନ ହୋଇଯିବ । ଏହାକୁ ନେଇ ଗୁଗଲ ଏକ ନୂଆ ପେଟେଣ୍ଟ ଦାଖଲ କରିଛି ।

ରିପୋର୍ଡ ଅନୁସାରେ, ଗୁଗଲ କନେକ୍ଟେଡ୍ ଫ୍ଲାଇଟ ମୋଡ ନାମକ ଏକ ପେଟେଣ୍ଟ ଜାରୀ କରିଛି । ଏହି ପେଟେଣ୍ଟ ଅନୁଯାୟୀ, କ୍ୟାବିନ ଶବ୍ଦ, ଅଲଟ୍ରାସୋନିକ ସିଗନାଲ, ଜିପିଏସ ସିଗନାଲ, ସେଲ୍ୟୁଲାର ଆଇଡି, ବ୍ୟାକଗ୍ରାଉଣ୍ଡ ଆପ ରିଫ୍ରେସ ଏବଂ ୱାଇ-ଫାଇ ସିଗନାଲ ଉପରେ ଆଧାର କରି ଫ୍ଲାଇଟ ମୋଡ ଆପେ ଆପେ ଅନ ହୋଇଯିବ । ଏହା ବ୍ୟତିତ ଏହା ବ୍ୟତୀତ, ଗୁଗଲ ୟୁଜର୍ସଙ୍କ ଟ୍ରାଭେଲ ବୁକିଂ ଆକ୍ଟିଭିଟିକୁ ଟ୍ରାକ୍ କରିବ, ଚେକ୍ ଇନ୍ ଷ୍ଟାଟସ୍‌କୁ ଟ୍ରାକ କରିବ ଏବଂ ଏହା ସହିତ ବ୍ଲୁଟୁଥ୍ ଏବଂ ୱାଇ-ଫାଇ କନେକ୍ସନକୁ ମଧ୍ୟ ଟ୍ରାକ୍ କରିଥାଏ । ଏହି ଫିଚର ଆସିବା ପରେ ଯାତ୍ରୀ ବିମାନରେ ବସିଲେ ଆଉ ନିଜେ ଫ୍ଲାଇଟ୍ ମୋଡ୍ ଅନ୍ କରିବାକୁ ପଡିବ ନାହିଁ । ଏହି ଫିଚରରେ ଟିଲଟ ହୋଇଯାଇଥିବା ଟେକ୍ସଟକୁ ରିଷ୍ଟୋର କରିବାର କ୍ଷମତା ରହିଛି । ଏହି ଫିଚର ଦ୍ୱାରା ବ୍ୟବହାରକାରୀଙ୍କୁ ଅନେକ ଲାଭ ମିଳିବ ।

Get real time updates directly on you device, subscribe now.