fbpx

କରୋନା ଟୀକା ଦେବାରେ ଆମେରିକାକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ ୭ା୪ (ଓଡିଶା ଭାସ୍କର): ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ସରକାର କରୋନା ଟୀକାକରଣ ପ୍ରକ୍ରିୟା ମଧ୍ୟ ବଢାଇ ଦେଇଛନ୍ତି । ସରକାରୀ ଆକଳନ ଅନୁସାରେ ଏବେଯାଏ ୮ କୋଟି ୭୦ ହଜାରରୁ ଅଧିକ ଲୋକଙ୍କ ଠାରେ କୋଭିଡ଼-୧୯ର ଟୀକା ଦିଆସରିଛି । ଟୀକା ଦେବା ତୁଳନାରେ ଯାହାକି ଭାରତ ଆମେରିକାକୁ ପଛରେ ପକେଇ ଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଲଦାଖରେ ୩୩ ଲକ୍ଷ ଲୋକ ଟୀକା ନେବାରେ ସାମିଲ ହୋଇଛନ୍ତି । ସରକାରୀ ସୂଚନା ଅନୁସାରେ ୮୯,୬୩,୭୨୪ ଜଣ ସ୍ୱସ୍ଥ୍ୟକର୍ମୀ କରୋନା ଟୀକାର ପ୍ରଥମ ଡ଼ୋଜ ନେଇ ସାରିଥିବା ବେଳେ ୫୩,୯୪,୯୧୩ ଜଣ ସ୍ୱସ୍ଥ୍ୟକର୍ମାଙ୍କୁ ଟୀକାର ଦ୍ଵିତୀୟ ଡ଼ୋଜ ଦିଆଯାଇଛି । ଏପର୍ଯ୍ୟନ୍ତ ୪୫ରୁ ୫୯ ବର୍ଷ ଏବଂ ୬୦ ବର୍ଷର ଲୋକମାନଙ୍କୁ କୋଭିଡ଼-୧୯ ଟୀକାର ଦ୍ଵିତୀୟ ଡ଼ୋଜ ଦିଆସରିଛି ।

Get real time updates directly on you device, subscribe now.