fbpx

ଅବସରପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ପେନସନ୍ ଅଦାଲତ

ଭୁବନେଶ୍ୱର,  ୭ା୪ (ଓଡିଶା ଭାସ୍କର): ଏଣିକି ପେନସନ୍ ପାଇନଥିବା ଅବସରପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ବସିବ ପେନସନ୍ ଅଦାଲତ । ଯେଉଁମାନେ ପେନସନ୍ ପାଇଁ କରିବାପାଇଁ ଚାହୁଁଛନ୍ତି ସେମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଏହାପରେ ସମସ୍ୟାର ସମାଧାନ ଜୁନ୍ ୩୦ ସୁଦ୍ଧା କରାଯିବ । ଅବସରପ୍ରାପ୍ତ ବ୍ୟକ୍ତିି ମାନେ ଏଚଆରଏମ୍ଏସ୍ ପୋର୍ଟାଲ୍ ଜରିଆରେ ଆବେଦନ କରିପାରିବେ । ଏନେଇ ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିନ ସଞ୍ଜିବ ଚୋପ୍ରା ସୁଚନା ଦେଇଛନ୍ତି । ସେ କହିଛନ୍ତି ଯେ, କୋଭିଡ୍ ଯୋଗୁଁ ଅନଲାଇନ୍ ପେନସନ୍ ଅଦାଲତର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ସମସ୍ୟା ଯୋଗୁଁ କର୍ମଚାରୀଙ୍କୁ ପେନସନ୍ ଦିଆଯାଇନାହିଁ । ତେବେ ଆବେଦନ ପରେ ଶୁଣାଣି ତାରିଖ ଇମେଲ ଜରିଆରେ ଜଣାଇଦିଆଯିବ ବୋଲି ସୁଚନା ଦେଇଛନ୍ତି ଶାସନ ସଚିବ ।

 

Get real time updates directly on you device, subscribe now.