ଭିଭୋର ବ୍ରାଣ୍ଡ ଆମ୍ବାସଡର ହେଲେ ବିରାଟ କୋହଲି

News across the Earth, news close to your heart, Read Odisha Bhaskar English

ସ୍ମାର୍ଟଫୋନ ନିର୍ମାତା କଂପାନୀ ଭିଭୋ ଏହାର ବ୍ରାଣ୍ଡ ଆମ୍ବାସଡର ଭାବେ ଭାରତୀୟ କ୍ରିକେଟ ଟିମ ଅଧିନାୟକ ବିରାଟ କୋହଲିଙ୍କୁ ନିଯୁକ୍ତ କରିଛି । ସୂଚନାଥାଉକି ଏବର୍ଷ ହେବାକୁଥିବା ଆଇପିଏଲର ପ୍ରଯୋଜକ ମଧ୍ୟ ରହିଛି ଭିଭୋ । ଏପଟେ ଆଇପିଏଲ ୨୦୨୧ର ଆରମ୍ଭ ହେବାକୁ ଯାଉଛି ।
ଭିଭୋର କହିବା ଅନୁସାରେ ବିରାଟ କୋହଲି ଭିଭୋର ଅଗାମୀ ଉତ୍ପାଦଗୁଡିକର ଲଞ୍ଚକୁ ପ୍ରମୋଟ କରିବେ । ବିରାଟ କୋହଲି ଭିଭୋର ଉତ୍ପାଦ ଗୁଡିକର ବିଜ୍ଞାପନ ମଧ୍ୟ କରିବେ । ଏହା ଛଡା ବିରାଟ କୋହଲି ଟି.ଭି, ପ୍ରିଣ୍ଟ, ସୋସିଆଲ ମିଡିଆ ଏବଂ ବିଭିନ୍ନ ଇଭେଣ୍ଟରେ ମଧ୍ୟ ଭିଭୋର ପ୍ରଚାର କରିବେ ।
ପୂର୍ବ ବର୍ଷ ବୟକଟ ଚାଇନା ଭାବାବେଗକୁ ନେଇ ବିସିସସଆଇ ଏବଂ ଭିଭୋ ନିଷ୍ପତ୍ତି ନେଇଥିଲେକି ଆଇପିଏଲ ୨୦୨୦ର ପ୍ରାୟୋଜକକୁ ସ୍ଥଗିତ ରଖାଯାଇଥିଲା । ଏବଂ ପୂର୍ବବର୍ଷ ଭିଭୋକୁ ଆଇପିଏଲର ପ୍ରାୟୋଜକତା ରୁ ଓହରିଯାଇଥିଲା । କିନ୍ତୁ ଏଥର ଭିଭୋକୁ ଆଇପିଏଲର ପ୍ରାୟୋଜକତା ପୁଣି ମିଳିଛି ଏବଂ ଏହାକୁ ଏକ ବର୍ଷ ବୃଦ୍ଧି ମଧ୍ୟ କରଯାଇଛି ।
ଅଧିନାୟକ ବିରାଟ କୋହଲି ଭିଭୋର ଆମ୍ବାସଡର ହେବାକୁ ନେଇ କହିଛନ୍ତି ଯେ  “ସେ ଏହାକୁ ନେଇ ଉତ୍ସାହିତ ଅଛନ୍ତି, “ଜଣେ ଖେଳାଳୀ ଭାବେ ଖେଳରେ ନିରନ୍ତରତା ପ୍ରତିବଦ୍ଧତା ଏବଂ ଏହାର ମହତ୍ୱକୁ ବଜାୟ ରଖିବେ ।
ବିରାଟ କହିଛନ୍ତି, ଭିଭୋ ନିଜକୁ ଏକ ବ୍ରାଣ୍ଡ ରୂପେ ଭାରତୀୟ ସ୍ମାର୍ଟଫୋନ ବଜାରରେ ଅଗ୍ରଣୀ କରିପାରିଛି । ଏହା ନୂତନ ଟେକ୍ନୋଲୋଜି ଯୋଗାଇବା କ୍ଷେତ୍ରରେ ଚେଷ୍ଟା ଜାରି ରଖିଛି । ଭିିଭୋ ଯେଉଁଭଳି ଭାବରେ ନିଜର ଗ୍ରାହକଙ୍କ ଜୀବନରେ ଖୁସି ଆଣିଛି, ମୋବାଇଲ କ୍ୟାମେରା ଫଟୋଗ୍ରାଫି କ୍ଷେତ୍ରରେ ଏହା ବହୁତ କାମ କରିଛି । ତେଣୁ ଏଭଳି ବ୍ରାଣ୍ଡ ସହ ଯୋଡିହେବା ଯେଉଁ ବ୍ରାଣ୍ଡ ଦର୍ଶକ ମାନଙ୍କୁ ବୁଝିଥାଏ ଏକ ରୋମାଞ୍ଚକର ଅନୁଭୂତି  ।

ଭିଭୋ ଇଣ୍ଡିଆର ବ୍ରାଣ୍ଡ ଷ୍ଟ୍ରାଟେଜି ହେଡ ନିପୁଣ ମାର୍ଯ୍ୟାଙ୍କ ସୂଚନା ଅନୁସାରେ “ ବିରାଟ କୋହଲି ବ୍ରାଣ୍ଡରେ ସାମିଲ ହେବାକୁ ନେଇ ସେ ଉତ୍ସାହିତ ଅଛନ୍ତି । ଏହା ଯୁବ ଗ୍ରାହକଙ୍କ ସହିତ ଯୋଡି ହେବାପାଇଁ ଏକ ଭଲ ମାଧ୍ୟମ ହେବ ।
ଭିଭୋର କହିବା ଅନୁଯାୟୀ କଂପାନୀ ମେକ ଇନ ଇଂଣ୍ଡିଆରେ କଂପାନୀ ତାର ସ୍ମାର୍ଟଫୋନଗୁଡିକୁ ଗ୍ରେଟର ନୋଏଡା ଠାରେ ତିଆରି କରିଥାଏ ଯେଉଁଠାରେ ୧୦,୦୦୦ କର୍ମଚାରୀ କାମ କରୁଛନ୍ତି ।

Get real time updates directly on you device, subscribe now.