fbpx
BJD
BJD SKY
BJD SKY

ନିପା ଭାଇରସ ସଂକ୍ରମଣର ଚିକିତ୍ସା ପାଇଁ ଅଷ୍ଟ୍ରେଲିଆରୁ ଆଉ ୨୦ରୁ ଅଧିକ ଡୋଜ ମୋନୋକ୍ଲୋନାଲ ଆଣ୍ଟିବଡି କିଣିବ ଭାରତ

BJD

ନୂଆଦିଲ୍ଲୀ: ସାରା ଦୋରେ ବର୍ତ୍ତମାନ ନିପା ଭାଇରସକୁ ନେଇ ଆତଙ୍କ ବଢିବାରେ ଲାଗିଛି । ୨୦୧୯-୨୦ ସମୟରେ କରୋନା ଭାଇରସ ସାରା ବିଶ୍ୱକୁ ଆତଙ୍କିତ କରିବା ପରେ ଏବେ ନିପା ଭାଇରସ ଯୋଗୁଁ ମଧ୍ୟ ସେହିଭଳି ଭୟ ଘାରିଛି । କିନ୍ତୁ ନିପା ଭାଇରସ କରୋନାଠାରୁ ମଧ୍ୟ ଅନେକ ଗୁଣରେ ଅଧିକ ଭୟଙ୍କର ହୋଇପାରେ ବୋଲି କୁହାଯାଉଛି ।

କେରଳରେ ବର୍ତ୍ତମାନ ୬ ଜଣ ଏହି ମହାମାରୀ ଭାଇରସରେ ଆକ୍ରାନ୍ତ ହୋଇସାରିଲେଣି। ସେଥିମଧ୍ୟରୁ ୨ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ଭାଇରସର ସଂକ୍ରମଣ ଆହୁରି ବଢିବା ନେଇ ଆଶଙ୍କା ରହିଛି । ତେଣୁ ନିପା ଭାଇରସକୁ ନେଇ ବୃଦ୍ଧି ପାଉଥିବା ବିପଦର ଆଶଙ୍କା ପୂର୍ବରୁ ସତର୍କ ହୋଇଛି ଆଇସିଏମଆର ।

ତେବେ ଏଭଳି ପରିସ୍ଥିତି ଭିତରେ ନିପା ଭାଇରସ ସଂକ୍ରମଣର ଚିକିତ୍ସା ପାଇଁ ଅଷ୍ଟ୍ରେଲିଆରୁ ଆଉ ୨୦ରୁ ଅଧିକ ଡୋଜ ମୋନୋକ୍ଲୋନାଲ ଆଣ୍ଟିବଡି ଭାରତ କିଣିବ ବୋଲି ଜଣାପଡିଛି। ଆଇସିଏମଆର ମହାନିର୍ଦ୍ଦେଶକ ରାଜୀବ ବାହଲ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ୨୦୧୮ରେ ଅଷ୍ଟ୍ରେଲିଆରୁ କିଛି ମାତ୍ରାରେ ମୋନୋକ୍ଲୋନାଲ ଆଣ୍ଟିବଡି କିଣାଯାଇଥିଲା। ବର୍ତ୍ତମାନ ମାତ୍ର ୧୦ଜଣ ରୋଗୀଙ୍କ ପାଇଁ ଡୋଜ ଉପଲବ୍ଧ ଅଛି। ଆଇସିଏମଆର ମହାନିର୍ଦ୍ଦେଶକ ଅନୁଯାୟୀ, ଏହି ଔଷଧ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କାହାକୁ ଦିଆଯାଇ ନାହିଁ। ଡୋଜ ଅଧିକ ମାତ୍ରାରେ ଆସିଲେ ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଔଷଧ ଦେବାର ଆବଶ୍ୟକତା ରହିଛି।

Get real time updates directly on you device, subscribe now.