fbpx

ଶସ୍ତା ପେଟ୍ରୋଲ ଏବଂ ଡିଜେଲ ପାଇଁ ଆମେରିକା, ଆଫ୍ରିକାଠାରୁ ଅଶୋଧିତ ତୈଳ କିଣିବ ଭାରତ

ଭାରତରେ ଗତ କିଛି ମାସ ମଧ୍ୟରେ ତୈଳ ଦର ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସରକାର ବିବୃତି ଦେବା ସହ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରକୁ ନିୟନ୍ତ୍ରଣକୁ ଆଣିବା ଏବଂ ସାଉଦି ଆରବର ମନମୁଖୀ ଭାବେ କଞ୍ଚା ତେଲର ଦର ବୃଦ୍ଧି ରଖିବା ଠାରୁ ବର୍ତ୍ତିବା ପାଇଁ ଭାରତ ଆମେରିକା, ଆଫ୍ରିକାଠାରୁ ଅଶୋଧିତ ତୈଳ କିଣିବାକୁ ଯାଉଛି ।
ମୋଦୀ ସରକାର ଅଶୋଧିତ ତୈଳର ଉତ୍ପାଦନର ବୃଦ୍ଧି ନିମନ୍ତେ ଅନୁରୋଧ କରିଥିଲେ । ଏହାଦ୍ୱାରା ତେଲ ଚାହିଦା କମ ହେବା ସହ ଦାମ କମ ହୋଇପାରିଥାନ୍ତା । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଅଶୋଧିତ ତୈଳ ଦର କୋଭିଡ ୧୯ ଭଳି ପରିସ୍ଥିତି ପରେ ବିକାଶଶୀଳ ରାଷ୍ଟ୍ରର ଅର୍ଥବ୍ୟବସ୍ଥା ପାଇଁ ବାଧକ । ଏହା ଉପରେ ସାଉଦି ଆରବ ପେଟ୍ରୋଲିୟମନ୍ତ୍ରୀ କହିଥିଲେ କି ‘୨୦୨୦ ରେ ଅଶୋଧିତ ତୈଳଦର କମ ଥିବାବେଳେ ଭାରତ ଯେଉଁ କଞ୍ଚା ତେଲ କିଣିଥିଲା ତାହା ବ୍ୟବହାର କରୁ’ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ତଙ୍କାର ନିର୍ବୋଧତା ବୋଲି କହିଥିଲେ ।

ଆମେରିକା,ଆଫ୍ରିକା ଠାରୁ ତୈଳ କ୍ରୟ ବୃଦ୍ଧି ନିର୍ଦ୍ଧେଶ
ଏହାରି ଭିତରେ ସରକାର ଆମେରିକା,ଆଫ୍ରିକା ଠାରୁ ତେଲ କିଣାକୁ ବଢାଇବା ଅଶୋଧିତ ତେଲ ପାଇଁ ସାଉଦି ଆରବ ଉପରେ ର୍ନିଭର କରିବା ଏକ ତୃତୀୟାଂଶ କାମଇବାକୁ କହିଛନ୍ତି । ତୈଳ କଂପାନୀ ମାନଙ୍କ କହିବା ଅନୁସାରେ କଂପାନୀମାନେ ପାଖା ପାଖି ୧.୪୮ କୋଟି ବ୍ୟାରେଲ ଅଶୋଧିତ ତୈଳ ସାଉଦି ଆରବ ଠାରୁ ମଗାଇଥାନ୍ତି । ମାତ୍ର ଏଥର କେବଳ ୯୫ ଲକ୍ଷ ବ୍ୟାରେଲ ମଗାଯାଇଛି ।

ବ୍ରାଜିଲ, ଗୁଇନା, ନରୱେରୁ ଅଶୋଧିତ ସାମଗ୍ରୀ ଆଣିବା ନେଇ ଯୋଜନା
ସୂତ୍ର ଅନୁଯାୟୀ ସାଉଦି ଆରବ ଠାରୁ କମ ତେଲ କିଣା ଯିବାପରେ ହେବାକୁ ଥିବା ତେଲର ଅଭାବକୁ ପୁରା କରିବା ପାଇଁ ବ୍ରାଜିଲ, ଗୁଏନା, ନରୱେ ଠାରୁ ତେଲ କିଣାଯିବା ନେଇ ବିଚାର କରଯାଉଛି ।

ଭାରତରେ ପେଟ୍ରୋଲ ଡିଜେଲ ଦରରେ ବୃଦ୍ଧି
ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଉଚ୍ଚରେ ରହିଛି । ଗତ ସାଢେ ଚାରି ମାସରେ କଞ୍ଚା ତୈଳ ଦର ବ୍ୟାରେଲ ପିଛା ୮୦% ତଥା ୭୦ ଡଲାର ରେ ପହଞ୍ଚିଛି । ସେପଟେ ତେଲ ଦର ବୃଦ୍ଧିକୁ ନେଇ ମୋଦୀ ସରକାରଙ୍କୁ ବିରୋଧୀ ଟାର୍ଗେଟ କରିଛନ୍ତି । ଯେତେବେଳେ କଞ୍ଚା ତେଲ ବ୍ୟାରେଲ ପ୍ରତି ୬୭ ଡଲାର ରୁ ଉପରେ ରହିଥାଏ ସେତେବେଳେ ପେଟ୍ରୋଲ ଦର ୧୦୦ ଟଙ୍କା ପ୍ରତି ଲିଟର ରହିବାର ସମ୍ଭାବନା ଥାଏ ।
୨୦୨୦ରେ କୋଭିଡ ଯୋଗୁଁ ହୋଇଥିବା ରାଜସ୍ୱ ହାନି ଯୋଗୁଁ କେନ୍ଦ୍ର ସରକାର ଏବେ ପେଟ୍ରୋଲ ଡିଜେଲ ଏବଂଏଲପିଜି ଉପରୁ କର ଛାଡର ଯୋଜନା ନାହିଁ । ୨୦୨୦-୨୧ ରେ ୧୮.୪୮ ଲକ୍ଷ କୋଟିର ରାଜସ୍ୱହାନୀ ହୋଇଚି ଯାହା ଦେଶର ଜିଡିପିର ୯.୫% । ସେପଟେ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାର ମଧ୍ୟ ଆବଶ୍ୟକତା ରହିଛି ଯାହା ଜାନୁଆରୀରେ ୫.୩% ରହିଥିବାବେଳେ ଫେବୃଆରୀରେ ୫.୬%କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.