fbpx

ମାଓବାଦୀ କବଳରୁ ମୁକୁଳିଳେ ଯବାନ ରାକେଶ୍ୱର ସିଂ ମନହାସ

ଛତିଶଗଡ଼ | (ଓଡିଶା ଭାସ୍କର) :  ବନ୍ଧକ CRPF ଯବାନ ରାକେଶ୍ୱର ସିଂ ମନହାସଙ୍କୁ ମାଓବାଦୀ ଛାଡ଼ି ଦେଇଛନ୍ତି । ଯବାନଙ୍କୁ ବିଜାପୁରର ତରେମ ଜଙ୍ଗଲରେ ଛାଡ଼ିଥିବା ସୂଚନା ମିଳିଛି । ଆଜି ଅପରାହ୍ନରେ ତାଙ୍କୁ ଛଡ଼ାଯାଇଛି । ଗତ ଏପ୍ରଲି ୩ ତାରିଖରେ ଛତିଶଗଡ଼ ବିଜାପୁରରେ ସଂଘର୍ଷ ବେଳେ ରାକେଶ୍ୱର ସିଂ ମନହାସଙ୍କୁ ଅପହରଣ କରାଯାଇଥିଲା । ରାକେଶ୍ୱରଙ୍କ ମୁକ୍ତି ନେଇ ବାଜିପୁର SP ସୁୂଚନା ଦେଇଛନ୍ତି । ଅପହରଣର ୬ ଦିନ ପରେ ଯବାନଙ୍କୁ ଛାଡ଼ିଲେ ମାଓବାଦୀ । ରାକେଶ୍ୱର ସମ୍ପୂର୍ଣ୍ଣ ସୁସ୍ଥ ଥିବା ଏସିପ କହିଛନ୍ତି ।

Get real time updates directly on you device, subscribe now.