fbpx

6,999ରୁ ଆରମ୍ଭ Realme C20 ଏବଂ C21, ଜାଣନ୍ତୁ କଣ ରହିଛି ଏହି ଫୋନର ବିଶେଷତା

ସ୍ମାର୍ଟଫୋନ କମ୍ପାନୀ Realme ଏହାର ଦୁଇଟି ଫୋନ Realme C20 ଏବଂ C21କୁ ଭାରତୀୟ ବଜାରରେ ଲଞ୍ଚ କରିଛି । ଏହି ଦୁଇଟି ସ୍ୱାର୍ଟଫୋନ ମଧ୍ୟରୁ Realme C20 ରେ କେବଳ ଗୋଟିଏ କ୍ୟାମେରା ରହିଥିବାବେଳେ Realme C21 ରେ ଟ୍ରିପଲ କ୍ୟାମେରା ସେଟଅପ ରହିଛି । ଏହା ସହ ଦୁଇଟି ଫୋନରେ 5000mAh ର ବ୍ୟାଟେରୀ ଦେଖିବାକୁ ମିଳିବ ।
Realme C20 ସିଙ୍ଗଲ ଭ୍ୟାରିଏଣ୍ଟ 2GB+32GB ର ଦାମ 6,999 ରହିଥିବାବେଳେ, କଂପାନୀ କହିଛି ପ୍ରଥମ୧୦ ଲକ୍ଷ ଲୋକଙ୍କୁ ଏହା ୨୦୦ ଟଙ୍କା ରିହାତି ରେ ମିଳିବ । Realme C21 ରେ ୩GB+32GB ର ଭ୍ୟାରିଏଣ୍ଟର ଦାମ 7,999 ଏବଂ ଏହାର 4GB+64GB ଭ୍ୟାରିଏଣ୍ଟର ଦାମ 8,999 ଟଙ୍କା ରହିଛି ।
Realme C20 କୁଲ ବ୍ଲୁ ଏବଂ କୁଲ ଗ୍ରେ କଲରରେ ଉପଲବ୍ଧ ଥିବାବେଳେ Realme C21 କ୍ରଶ ବ୍ଲାକ ଏବଂ କ୍ରଶ ବ୍ଲୁ କଲରରେ ଲଞ୍ଚ କରାଯାଇଛି । Realme C20 କୁ ୧୩ ଅପ୍ରେଲ ଦିନ ୧୨ ଟା ଏବଂ Realme C21 କୁ ୧୪ ଅପ୍ରେଲ ରେ ବିକ୍ରି ଆରମ୍ଭ ହେବାକୁ ଯାଉଛି । ଗ୍ରାହକମାନେ ଏହାକୁ ଫ୍ଲିପକାର୍ଟ ଏବଂ Realme ୱେବସାଇଟରୁ ମଧ୍ୟ କିଣିପାରିବେ ।

ଜାଣନ୍ତୁ କ’ଣ ରହିଛି Realme C20 ର ଫିଚର୍ସ:
ଡୁଆଲ ସିମ ସପୋର୍ଟ, Android 10, Realme UI ସହିତ Realme C20 ରେ ୬.୫ ଇଞ୍ଚର HD+ IPS Display ରହିଛି । ଏଥିରେ 2GB LPDDR4X RAM ଏବଂ Mediatek Helio G35 ପ୍ରୋସେସର ରହିଛି । ଏଥିରେ 32GB ଷ୍ଟୋରେଜ ରହିଛି, ଆପଣ ଏଥିରେ ମେମାରୀ କାର୍ଡର ବ୍ୟବହାର କରି କରିପାରିବେ ।
ଫଟୋଗ୍ରାଫି ପାଇଁ ଏଥିରେ 8 ମେଗାପିକ୍ସେଲର ରିଅର କ୍ୟାମେରା ରହିଥିବାବେଳେ 5 ମେଗାପିକ୍ସେଲର ସେଲ୍ପି କ୍ୟାମେରା ରହିଛି । ଏହା ସହ ଏଥିରେ 5000mAh ବ୍ୟାଟେରୀ ସହ ରିଭର୍ସ ଚାର୍ଜିଂର ସୁବିଧା ମଧ୍ୟ ରହିଛି ।

ଜାଣନ୍ତୁ କ’ଣ ରହିଛି Realme C21 ର ଫିଚର୍ସ:
Realme C21 ରେ ମଧ୍ୟ ଡୁଆଲ ସିମ ସପୋର୍ଟ, Android 10, Realme UI ସହିତ ୬.୫ ଇଞ୍ଚର HD+ IPS Display ରହିଛି । ଏଥିରେ 4GB LPDDR4X RAM ଏବଂ Mediatek Helio G35 ପ୍ରୋସେସର ରହିଛି
ଫଟୋଗ୍ରାଫି ପାଇଁ ଏଥିରେ 13MP ର ପ୍ରାଇମେରୀ ରିଅର କ୍ୟାମେରା, 2MP ମାକ୍ରୋ କ୍ୟାମେରା ଏବଂ 2MP ମୋନୋକ୍ରୋମ କ୍ୟାମେରା ରହିଛି । 5MPର ସେଲ୍ପି କ୍ୟାମେରା ରହିଛି । ଏଥିରେ 64GB ଷ୍ଟୋରେଜ ରହିଛି, ଆପଣ ଏଥିରେ ମେମାରୀ କାର୍ଡର ବ୍ୟବହାର କରି କରିପାରିବେ । ଏଥିରେ ମଧ୍ୟ 5000mAh ର ବ୍ୟାଟେରୀ ସହ ରିଭର୍ସ ଚାର୍ଜିଂର ସୁବିଧା ମଧ୍ୟ ରହିଛି ।

Get real time updates directly on you device, subscribe now.